Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦଶାଶ୍ୱମେଧ ଘାଟରେ ପହଞ୍ଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କଲେ ମୋଦି

National

ଦଶାଶ୍ୱମେଧ ଘାଟରେ ପହଞ୍ଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କଲେ ମୋଦି

Ritu Das
Browse all articles by Ritu Das
·1 year ago·1 min read
ଦଶାଶ୍ୱମେଧ ଘାଟରେ ପହଞ୍ଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କଲେ ମୋଦି

ଅର୍ଗସ ବ୍ୟୁରୋ: ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଶାଶ୍ୱମେଧ ଘାଟରେ ପହଞ୍ଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଚାର୍ଚ୍ଚନା କରିବେ ।

ନାମାଙ୍କନ ଭରିବା ପୂର୍ବରୁ ପ୍ରାୟ ୧୦ଟା ୪୫ରେ ଏନଡିଏ ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଦିନ ୧୧ଟା ୪୦ରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଭରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ସମୟରେ ୪ ଜଣ ପ୍ରସ୍ତାବକ ରହିବେ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ସ୍ଥିର କରିଥିବା ଗଣେଶ୍ୱର ଶାସ୍ତ୍ରୀ ପ୍ରସ୍ତାବକ ରହିବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବୈଜନାଥ ପଟେଲ ଦ୍ୱିତୀୟ ପ୍ରସ୍ତାବକ ରହିବେ । ଦଳୀୟ କାର୍ଯ୍ୟକର୍ତ୍ତା ଲାଲଚାନ୍ଦ କୁସବାହା ଏବଂ ସଞ୍ଜୟ ସୌନକର ମଧ୍ୟ ପ୍ରସ୍ତାବକ ରହିବେ ।

ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପାଇଁ ବାରଣାସୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜୁନ ୧ ତାରିଖ ତଥା ଶେଷ ପର୍ଯ୍ୟାୟରେ ବାରଣାସୀରେ ନିର୍ବାଚନ ହେବାର ଅଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Modi reached Dasashwamedha | Argus News