ନିର୍ବାଚନୀ ରାଲିରେ ରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କଲେ ମୋଦି

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ରାମନବମୀ.. ଉତ୍ସବ ମୁଖର ଶ୍ରୀରାମଙ୍କ ଜନ୍ମଭୂମି । ପ୍ରଥମ ଥର ରାମ ମନ୍ଦିର ନିର୍ମାଣ ପରେ ଅଯୋଧ୍ୟାରେ ରାମନବମୀ ପାଳନ କରାଯାଉଛି। ଏହି ସମୟରେ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବିଶେଷ ଅବସରରେ ଭଗବାନ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ ତିଳକ ଲଗାଯାଇଥିଲା। ଏହି ଅଲୌକିକ ଦୃଶ୍ୟ ସମଗ୍ର ପରିବେଶକୁ ଭକ୍ତମୟ କରିଦେଇଥିଲା । ବେଶ୍ ମନଲୋଭା ଥିଲା ଶ୍ରୀରାମଙ୍କ ସୂର୍ଯ୍ୟତିଳକ ମୁହୂର୍ତ।
ରାମ ଲାଲାଙ୍କ ସୂର୍ଯ୍ୟ ତିଳକ ପାଇଁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । କେବଳ ପରାମର୍ଶ ଦେଇନଥିଲେ ବରଂ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବହୁ ବିଶେଷଜ୍ଞ ଏବଂ ଜ୍ଞାନୀଙ୍କୁ ମଧ୍ୟ ଏହି କାମରେ ନିୟୋଜିତ କରାଇଥିଲେ। ଆସାମରେ ଏକ ରାଲିରେ ଥିବାବେଳେ ମୋଦି ସମୟ ବାହାର କରି ରାମଲଲାଙ୍କ ସୂର୍ଯ୍ୟତିଳକକୁ ଟାବଲେଟ୍ରେ ଦେଖିଥିଲେ। ଆଉ କହିଥିଲେ ଏହା ଏକ ଦିବ୍ୟ ମୁହୂର୍ତ୍ତ। ମୋଦି ସୋସିଆଲ ମିଡିଆ ଏକ୍ସରେ ରାମଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିବାର କିଛି ଫଟୋ ପୋଷ୍ଟ ମଧ୍ୟ କରିଛନ୍ତି।
ସୂଚନାମୂତାବକ, ବୈଜ୍ଞାନିକଙ୍କ ଦର୍ପଣ ମାଧ୍ୟମରେ ସୂର୍ଯ୍ୟଙ୍କ କିରଣକୁ ଭଗବାନ ରାମଲଲାଙ୍କ ମସ୍ତକ ପର୍ଯ୍ୟନ୍ତ ଅଣାଯାଇଥିଲା। ୫ ମିନିଟ୍ ପର୍ପ୍ୟନ୍ତ ରାମଲଲାଙ୍କ ମସ୍ତକରେ ସୂର୍ଯ୍ୟଙ୍କ କିରଣ ଦୃଶ୍ୟମାନ ହୋଇଥିଲା। ଶ୍ରୀରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ସୂର୍ଯ୍ୟ ତିଳକ ଭଗବାନ ରାମଙ୍କ ମଥାରେ ପଡିବାର ଯେଉଁ ପରୀକ୍ଷଣ କରାଯାଇଥିଲା ତାହା ସଫଳ ହୋଇଛି। ବୈଜ୍ଞାନିକ ମାନେ ଯେଉଁପ୍ରକାର ଏହି ପ୍ରଚେଷ୍ଟା କରିଥିଲେ ତାହା ଅଦ୍ଭୁତ ଆଉ ଚମତ୍କାର ଥିଲା। କାରଣ ସୂର୍ଯ୍ୟଙ୍କ କିରଣ ଭଗବାନଙ୍କ ଠିକ୍ ମସ୍ତକରେ ହିଁ ପଡିଥିବାର ନଜର ଆସିଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର