Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମନ୍‌ କୀ ବାତ୍‌ରେ ଓଡ଼ିଶା କଥା କହିଲେ ମୋଦି

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ମନ୍‌ କୀ ବାତ୍‌ରେ ଓଡ଼ିଶା କଥା କହିଲେ ମୋଦି

Key Points

ଆମର ଭଜନ ଓ କୀର୍ତ୍ତନର ସ୍ଵତନ୍ତ୍ର ସ୍ଥାନ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ୭ ଅଗଷ୍ଟରେ ପାଳନ ହେବ ୧୦ମ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨୪ ତମ ମନ କୀ ବାତ କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗରେ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୀର୍ତ୍ତନ ମଣ୍ଡଳୀର ପ୍ରସାୟକୁ ପ୍ରଶଂସା କରିଛନ୍ତି ମୋଦି । କୀର୍ତ୍ତନ ମାଧ୍ୟମରେ ପରିବେଶ ସୁରକ୍ଷା, ଜଙ୍ଗଲ ନିଆଁ ବିଷୟରେ ସଚେତନ କରୁଛନ୍ତି କେନ୍ଦୁଝରର ରାଧାକ୍ରିଷ୍ଣ ସଂକୀର୍ତ୍ତନ ମଣ୍ଡଳୀ । ଭକ୍ତିଭାବ ସହ ପରିବେଶ ସୁରକ୍ଷାର ମଧ୍ୟ ବାର୍ତ୍ତା ଦେଉଛନ୍ତି କୀର୍ତ୍ତନ ମଣ୍ଡଳୀ ।

ଏହି ଅଭିବନ ପ୍ରୟାସ ପ୍ରମିଳା ପ୍ରଧାନ ନାମକ ମହିଳାଙ୍କ ଦ୍ବାରା ଆରମ୍ଭ ହୋଇଛି । ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ ପ୍ରମିଳା ପାରମ୍ପରିକ ଗୀତରେ ନୂଆ ପଦ ଯୋଡ଼ି ତାକୁ ସଙ୍କୀର୍ତ୍ତନ ମାଧ୍ୟମରେ ପରିବେଷଣ କରୁଛନ୍ତି । ତେବେ ଏହି ଉଦାହରଣ ଆମ ଲୋକ ଗୀତ ଏବଂ ପରମ୍ପରା କଥା ମାନେ ପକାଇ ଦେଉଛି ବୋଲି କହିଛନ୍ତି ମୋଦି । ଭାରତର ବିବିଧତାର ଝଲକ ଲୋକଗୀତ ଏବଂ ପରମ୍ପରାରେ ଦେଖିବାକୁ ମିଳେ । ଆଉ ଏଥିରେ ଆମର ଭଜନ ଓ କୀର୍ତ୍ତନର ସ୍ଵତନ୍ତ୍ର ସ୍ଥାନ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଆସନ୍ତା ୭ ଅଗଷ୍ଟରେ ପାଳନ ହେବ ୧୦ମ ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ । ମନ କୀ ବାତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରେ ହ୍ୟାଣ୍ଡଲୁମ୍ ଷ୍ଟାର୍ଟଅପର ସଫଳତା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଏବେ ୩ ହଜାରରୁ ଅଧିକ ହ୍ୟାଣ୍ଡଲୁମ୍ ଷ୍ଟାର୍ଟଅପ୍ ଅଛି । ଓଡ଼ିଶାର ମୟୂରଭଞ୍ଜର ଏକ ସାନ୍ତାଳୀ ଶାଢ଼ୀ ଷ୍ଟାର୍ଟଅପର ଉଦାହରଣ ବି ଦେଇଛନ୍ତି ପିଏମ୍ । ସେ କହିଛନ୍ତି ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁଣି ଉଜ୍ଜୀବିତ କରିଛନ୍ତି । ଏହି ମହିଳାମାନେ ପ୍ରତି ମାସରେ ହଜାର ହଜାର ଟଙ୍କା ଆୟ କରୁଛନ୍ତି । ଏମାନେ ଶାଢ଼ୀ ତିଆରି କରିବା ସହ ନିଜ ପରିଚୟ ମଧ୍ୟ ସୃଷ୍ଟି କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi spoke about Odisha in Mann Ki Baat | Argus News