Videos
|
National

ଜାଣନ୍ତୁ ମସ୍କଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଲେ ମୋଦି ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜାଣନ୍ତୁ ମସ୍କଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଲେ ମୋଦି ?

ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ ଲେଖିଛନ୍ତି ଏଲନ ମସ୍କଙ୍କ ସହ ଓ୍ବାସିଂଟନ୍ ଡିସିରେ ହୋଇଥିବା ବୈଠକରେ ଯେଉଁ ଆଲୋଚନା ହୋଇଥିଲା, ତାକୁ ନେଇ ପୁଣି ଥରେ ଆଲୋଚନା ହୋଇଛି। ଟେକ୍ନୋଲୋଜିକୁ ନେଇ ଥିବା ବିପୁଳ ସମ୍ଭାବନାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ଆଗକୁ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଭାଗିଦାରୀକୁ ଆଗକୁ ବଢାଇବା ପାଇଁ ପ୍ରତିବଦ୍ଧ ରହିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) April 18, 2025


ସୂଚନାଯୋଗ୍ୟ: ଚଳିତ ବର୍ଷ ଫେବୃଆରୀରେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରେ ଓ୍ବାସିଂଟନ୍ ଡିସିରେ ଏଲନ ମସ୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକ ସମୟରେ ଇଲୋନ ମସ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଷ୍ଟାରଶିପ ହେକ୍ସାଗୋନାଲ ହିଟଶିଲ୍ଡ ଟାଇଲ ଉପହାର ଦେଇଥିଲେ। ଏବେ ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଟେସଲା ଭାରତର ଇଲେକ୍ଟ୍ରିକ୍ ଯାନ(EV) ବଜାରରେ ପ୍ରବେଶ କରିବା ପାଇଁ ସୁଯୋଗ ଖୋଜୁଛି।

Modi spoke to Elon Musk | Argus News