ଶପଥ ଗ୍ରହଣ ପୂର୍ବରୁ ନେତାଙ୍କ ସହ ମୋଦୀଙ୍କ ଆଲୋଚନା
·2 years ago·1 min read

ଅର୍ଗସ ବ୍ୟୁରୋ: ମୋଦୀ ସରକାର ୩.୦ର ଶପଥଗ୍ରହଣ ପୂର୍ବରୁ ଦିଲ୍ଲୀର ରାଜନୈତିକ ହଲଚଲ ବଢିଛି । ଖାସ୍ କରି କେଉଁ କେଉଁ ନେତା ମୋଦୀ କ୍ୟାବିନେଟରେ ସାମିଲ ହେବେ, କେଉଁ ଦଳକୁ କେତେ ମନ୍ତ୍ରୀ ପଦ ମିଳିବ ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି ।
ଆଉ ଏହାରି ଭିତରେ ସାଂସଦଙ୍କ ସହ ବୈଠକ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ଆବାସରେ ମୋଦୀ ଏହି ନେତାଙ୍କ ସହ ବୈଠକ କରିଛନ୍ତି । କୁହାଯାଉଛି ମୋଦୀ ସରକାରର ଏ ହେଉଛନ୍ତି ସମ୍ଭାବିତ ମନ୍ତ୍ରୀମଣ୍ଡଳ ।
ମୋଦୀଙ୍କ ସହ ବୈଠକ କରିଥିବା ଏହି ନେତାଙ୍କ ମଧ୍ୟରେ ଅଛନ୍ତି ସର୍ବାନନ୍ଦ ସୋନୱାଲ, ଚିରାଗ ପାଶୱାନ୍, ମନୋହର ଲାଲ ଖଟ୍ଟର, ଶିବରାଜ ସିଂ ଚୌହାନ, କିରଣ ରିଜିଜୁ, ଏଚଡି କୁମାରସ୍ୱାମୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନିର୍ମଳା ସୀତାରମଣ, ନିତ୍ୟାନନ୍ଦ ରାୟ, ଧର୍ମେନ୍ଦ୍ର ପ୍ରଧାନ, ହର୍ଷ ମଲୋହୋତ୍ରା, ଏସ ଜୟଶଙ୍କର, ସିଆର୍ ପାଟିଲ ତାଙ୍କ ସହିତ ରାଜନାଥ ସିଂହ ଅମିତ ଶାହାଙ୍କ ସହ ମଧ୍ୟ ବୈଠକ କରିଛନ୍ତି ମୋଦୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଭାରତ ଖବର