Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗରେ ଧନ୍ୟବାଦ ଜଣାଇବା ସହ ବିରୋଧୀଙ୍କୁ ଧୋଇଛନ୍ତି ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗରେ ଧନ୍ୟବାଦ ଜଣାଇବା ସହ ବିରୋଧୀଙ୍କୁ ଧୋଇଛନ୍ତି ମୋଦି

ଅର୍ଗସ ବ୍ୟୁରୋ:  ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୌଦ୍ରରୂପ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗରେ ଧନ୍ୟବାଦ ଜଣାଇବା ସହ ବିରୋଧୀଙ୍କୁ ବେଶ ଧୋଇଛନ୍ତି ମୋଦି । ବିଶେଷ କରି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କର ଧୁମ୍ ଧୂଲେଇ କରିଛନ୍ତି । ଦେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ତୁଷ୍ଟୀକରଣ ମଡେଲ ଦେଖିସାରିଛି। ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ମନ୍ତ୍ରରେ ଚାଲିଛୁ ବୋଲି ମୋଦି କହିଛନ୍ତି । କଂଗ୍ରେସକୁ ପରଜୀବୀ ସହ ତୃତୀୟ ଥର କେମିତି କଂଗ୍ରେସକୁ ଭାରତବାସୀ ବିରୋଧୀ ଆସନରେ ହିଁ ବସାଇ ରଖିଛନ୍ତି ତାର ତଥ୍ୟ ପ୍ରମାଣ ଥୋଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ସେନାକୁ ଦୁର୍ବଳ କରିବା ପାଇଁ କଂଗ୍ରେସର ଷଡ଼ଯନ୍ତ୍ରର ବି ପୋଲି ଖୋଲିଛନ୍ତି । ରାହୁଲ ଗାନ୍ଧିଙ୍କର ଭାଷଣକୁ ବାଳକ ବୁଦ୍ଧିର ବିଳାପ କହିବା ସହ କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତାକୁ କଡ଼ା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଦେଶର ବିକାଶକୁ ନେଇ ସରକାରର ଭିଜନକୁ ଦେଶବାସୀଙ୍କ ସାମ୍ନାରେ ଥୋଇବା ସହ ପେପରଲିକ୍ ମାମଲାରେ ଦୋଷୀଙ୍କୁ ଛଡ଼ାଯିବାର ପ୍ରଶ୍ନ ନାହିଁ ବୋଲି ମଧ୍ୟ ଅଭୟବାଣୀ ଶୁଣାଇଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi thanked the President's speech and washed the opposition | Argus News