G-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ କାନାଡ଼ା ଗସ୍ତରେ ମୋଦି

Key Points
ଆଜି G7 ସମ୍ମିଳନୀରେ ଯୋଗଦେବେ PM
ସାଇପ୍ରସରୁ କାନାଡା ଅଭିମୁଖେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି
କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ମୋଦିଙ୍କ ପ୍ରଥମ ସାକ୍ଷାତ
ଜଷ୍ଟିନ୍ ଟ୍ରୁଡୋଙ୍କ ସମୟରେ, ଭାରତ-କାନାଡା ସମ୍ପର୍କରେ ଆସିଥିଲା ତିକ୍ତତା
ଅପରେସନ ସିନ୍ଦୂର ପରେ ମୋଦି ଏବଂ ଟ୍ରମ୍ପ ମଧ୍ୟରେ ହେବ ସାକ୍ଷାତ !
ଜି-୭ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ ପାଇଁ କାନାଡ଼ା ଗସ୍ତରେ ମୋଦି। ସମ୍ପର୍କ ବୃଦ୍ଧି ପାଇଁ ବିଶ୍ବ ନେତାଙ୍କ ମଧ୍ୟରେ ହେବ ଆଲୋଚନା। ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏହା ମୋଦିଙ୍କର ପ୍ରଥମ ସାକ୍ଷାତ। ଜଷ୍ଟିନ୍ ଟ୍ରୁଡୋଙ୍କ ସମୟରେ, ଭାରତ-କାନାଡା ସମ୍ପର୍କରେ ଆସିଥିଲା ତିକ୍ତତା । ଅପରେସନ ସିନ୍ଦୂର ପରେ ପ୍ରଥମ ଥର ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ହେବ ଭେଟଘାଟ୍ ।
କାନାଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ମୋଦି G7 ସମ୍ମିଳନୀରେ ଯୋଗଦେବେ । ଗତକାଲି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ସାଇପ୍ରସରୁ କାନାଡା ଅଭିମୁଖେ ଯାତ୍ରା କରିଥିଲେ । କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଏହା ମୋଦିଙ୍କ ପ୍ରଥମ ସାକ୍ଷାତ ହେବ । ଜାନୁଆରୀ ୨୦୨୫ ରେ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ ମାର୍କ କାର୍ନି ମାର୍ଚ୍ଚ ୧୪ରେ କାନାଡାର ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ଜଷ୍ଟିନ୍ ଟ୍ରୁଡୋଙ୍କ ସମୟରେ, ଭାରତ-କାନାଡା ସମ୍ପର୍କରେ ତିକ୍ତତା ଆସିଥିଲା । ଶିଖର ସମ୍ମିଳନୀ ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ଭାରତକୁ G7 ଶିଖର ସମ୍ମିଳନୀର ନିମନ୍ତ୍ରଣ ମିଳିଥିଲା । ଅନ୍ୟପକ୍ଷରେ, ଶିଖର ସମ୍ମିଳନୀ ବ୍ୟତୀତ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପ ସାକ୍ଷାତ କରିପାରନ୍ତି।