Videos
|
National

ଜୁନ୍‌ ୬ ରେ ଜମ୍ମୁ-କାଶ୍ମୀର ଯିବେ ମୋଦି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜୁନ୍‌ ୬ ରେ ଜମ୍ମୁ-କାଶ୍ମୀର ଯିବେ ମୋଦି

Key Points

ଉଦଘାଟିତ ହେବ ଅଞ୍ଜି ସେତୁ

ବାତ୍ୟା ଭୂକମ୍ପ ବି କରିପାରିବ ନାହିଁ କ୍ଷତିଗ୍ରସ୍ତ

୪୬ ହଜାର କୋଟିରୁ ଅଧିକ ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ହେବ

ଜୁନ୍ ୬ ରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ଦିନ ୧୧ ଟାରେ ଚେନାବ ସେତୁ ଉଦଘାଟନ କରିବା ସହ ସେତୁ ଡେକ୍ ପରିଦର୍ଶନ କରିବେ। ପରେ ସେ ଅଞ୍ଜି ସେତୁ ପରିଦର୍ଶନ କରିବା ସହ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ମଧ୍ୟାହ୍ନ ୧୨ ଟାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହ କଟରା ଠାରେ ୪୬ ହଜାର କୋଟିରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ।


ଚେନାବ ଏବଂ ଅଞ୍ଜି ରେଳ ସେତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନଦୀଠାରୁ ୩୫୯ ମିଟର ଉଚ୍ଚତାରେ ଅବସ୍ଥିତ ଚେନାବ ରେଳ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ ବ୍ରିଜ। ଏହା ୧୩୧୫ ମିଟର ଲମ୍ବ ଇସ୍ପାତ ଆର୍ଚ ବ୍ରିଜ। ଯାହାକୁ ବହୁ ଅତ୍ୟାଧୁନିକ ଇଂଜିନିୟରିଂ ଢାଞ୍ଚାରେ ନିର୍ମାଣ କରାଯାଇଅଛି ଯାହା ଭୂକମ୍ପ ଭଳି ସ୍ଥିତିରେ ସୁରକ୍ଷିତ ରହିବ। ଏହାଦ୍ବାରା ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବ। କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ। ଯାହାଦ୍ବାରା ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଉପକୃତ ହେବେ।

Modi to visit Jammu and Kashmir on June 6 | Argus News