ପହଲଗାମ ଆକ୍ରମଣ ପରେ ରଣହୁଙ୍କାର ଦେଲେ ମୋଦି: କହିଲେ ଆତଙ୍କିଙ୍କୁ କଳ୍ପନା ବାହାରେ ଦଣ୍ଡ ମିଳିବ

ଆତଙ୍କୀଙ୍କୁ ପିଏମ୍ ମୋଦିଙ୍କ ଲଲ୍କାର । ଆତଙ୍କୀଙ୍କୁ କଳ୍ପନା ବାହାରେ ମିଳିବ ଦଣ୍ଡ । ପହଲଗାମ୍ ଆତଙ୍କୀଙ୍କୁ ସିଧା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିହାର ମଧୁବନୀରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତଙ୍କୀଙ୍କ ଅଣ୍ଟା ଭଙ୍ଗାଯିବ । ଭାରତର ଆତ୍ମା ଉପରେ ହମ୍ଲା କରିବାର ଦୁଃସାହସ କରିଛନ୍ତି । ଆତଙ୍କୀଙ୍କୁ ଏମିତି ଦଣ୍ଡ ଦିଆଯିବ, କେବେ କଳ୍ପନା କରିନଥିବେ । ସେମାନେ ଯେଉଁଠି ବି ଥାଆନ୍ତୁ, ଖୋଜିଖୋଜି ନିପାତ କରିବୁ । ମାଟି ତଳେ ଛପିଥିଲେ ବି ବାହାର କରି ମୂଳପୋଛ କରିବୁ।
ଆତଙ୍କୀଙ୍କ ଆଡ୍ଡାକୁ ସମୂଳେ ଧ୍ବଂସ କରାଯିବ। ଯେଉଁ ଭୂଖଣ୍ଡକୁ ଆତଙ୍କୀ ବ୍ୟବହାର କରୁଛନ୍ତି ତାକୁ ଧ୍ବଂସ କରାଯିବ । ଆତଙ୍କବାଦ ବିରୋଧରେ ଭାରତର ଆର୍ପାର୍ ଲଢ଼େଇ ଜାରି ରହିବ । ଆତଙ୍କବାଦୀଙ୍କୁ ମାଟିରେ ମିଶାଇଦେବୁ, ଆଉ ତ୍ରାହି ପାଇବେନି । 140 କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ପୂରଣ କରାଯିବ ବୋଲି କହିଛନ୍ତି ପିଏମ୍ । ମୃତକଙ୍କ ପରିବାର ସହ ସାରା ଦେଶ ଛିଡ଼ା ହୋଇଛି । ମୃତକଙ୍କ ପରିବାରକୁ ଉଚିତ୍ ନ୍ୟାୟ ମିଳିବ ବୋଲି କହିଛନ୍ତି ପିଏମ୍ ମୋଦି।