Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ମୋଦି: ଆକଳନ କରିଛନ୍ତି ଆମେରିକା ସାଂସଦ

Ritu Das
Browse all articles by Ritu Das
·2 years ago
ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ମୋଦି: ଆକଳନ କରିଛନ୍ତି ଆମେରିକା ସାଂସଦ

ଅର୍ଗସ ବ୍ୟୁରୋ: ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଏଭଳି କିଛି ଆକଳନ କରିଛନ୍ତି ଆମେରିକାର ସାଂସଦ ରିଚ୍ ମ୍ୟାକକର୍ମିକ୍ । ଏକ ସାକ୍ଷାତକାରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ । ମୁଁ ଭାରତରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟାନ୍ୟ ସାଂସଦଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲି ଏବଂ ତାଙ୍କର ଲୋକପ୍ରିୟତା ଦେଖିଥିଲି । 

ରିଚ୍ ମ୍ୟାକକର୍ମିକ୍ ଆହୁରି କହିଛନ୍ତି, ଅର୍ଥନୀତି, ବିକାଶ, ସମସ୍ତ ଲୋକଙ୍କ ପ୍ରତି ଭଲପାଇବା ଓ ସମସ୍ତ ପ୍ରତି ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରଶଂସନୀୟ । ସମଗ୍ର ବିଶ୍ବରେ ଓ ବିଦେଶରେ ମଧ୍ୟ ତାଙ୍କୁ ବହୁତ ଲୋକ ପସନ୍ଦ କରନ୍ତି । ଭାରତର ରଣନୀତି ସମ୍ପର୍କ ଏବଂ ବିଶ୍ବ ଅର୍ଥନୀତିରେ ତାଙ୍କର ସକରାତ୍ମକ ପ୍ରଭାବ ରହିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi will become the Prime | Argus News