Videos
|
National

ଆଜି ୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବେ ମୋଦି 

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଜି ୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବେ ମୋଦି 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରର ତୃତୀୟ ପାଳିରେ ଏହି ୧୧ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି। ନୂଆ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜଲଗାଁଓରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରମାଣପତ୍ର ଦେବା ସହିତ ସମ୍ବର୍ଦ୍ଧିତ କରିବେ। ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟତା ଗୋଷ୍ଠୀ ଗୁଡ଼ିକ ପାଇଁ ୨୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବେ।

ଏହା ଦ୍ୱାରା ୪.୩ ଲକ୍ଷ ଏସ୍ଏଚ୍ଜିର ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ। ଏହା ସହିତ ପ୍ରଧାନମନ୍ତ୍ରୀ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ। ଏହି ଋଣ ଦ୍ୱାରା ୨.୩୫ ଲକ୍ଷ ଏସ୍ଏଚ୍ଜିର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ। ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୦ ହଜାର ସ୍ଥାନରୁ ଲୋକେ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହେବା ପରଠାରୁ ଏଯାବତ୍ ଦେଶରେ ୧ କୋଟି ମହିଳା ‘ଲକ୍ଷପତି ଦିଦି’ ହୋଇସାରିଲେଣି। ସରକାର ଆଗାମୀ ୩ ବର୍ଷରେ ୩ କୋଟି ‘ଲକ୍ଷପତି ଦିଦି’ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: