ବିଶ୍ବର ବଡ଼ ବିଜନେସ ହବ ବିଲଡିଂର ଶୁଭ ଉଦଘାଟନ କରିବେ ମୋଦି

ଅର୍ଗସ ବ୍ୟୁରୋ: ସୁରତର ଖଜୋଦ ଠାରେ 5000 କୋଟି ଖର୍ଚ୍ଚରେ ନିର୍ମିତ ବିଶ୍ବର ବଡ଼ ବିଜନେସ ହବ ବିଲଡିଂ ର ଆଜି ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଲ୍ଡିଂ ଟି ପଞ୍ଚତତ୍ତ୍ବ ଥିମରେ 1.48 ଲକ୍ଷ ଚୋରସ ମିଟର ଅଞ୍ଚଳରେ ନିର୍ମିତ ହୋଇଛି । ଯାହାର ନାମ "ସୁରତ ଡାଇମଣ୍ଡ ବୁର୍ସ " ରଖାଯାଇଛି । ଡାଇମଣ୍ଡ ଟ୍ରେଡିଙ୍ଗ ପାଇଁ ଏହା ନିର୍ମିତ ହୋଇଛି ।
ଏହି ବିଲଡିଂକୁ ତିଆରି କରିବାକୁ 4 ବର୍ଷ ସମୟ ଲାଗିଥିଲା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାଣି 22 ଅକ୍ଟୋବର 2016 ରେ 36 ଏକର ଜମିରେ ଏହି ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ । ଦୁବାଇର ବୁର୍ଜ ଖଲିଫା ନିର୍ମାଣରେ 3.30 ଲକ୍ଷ କ୍ୟୁସେକ ମିଟର କଂକ୍ରିଟ ବ୍ୟବହୃତ ହୋଇଥିବା ବେଳେ ସୁରତ ଡାଇମଣ୍ଡ ବୁର୍ସ ରେ 5.00 ଲକ୍ଷ କ୍ୟୁସେକ ମିଟର କଂକ୍ରିଟ ବ୍ୟବହାର କରାଯାଇଛି । ବୁର୍ଜ ଖଲିଫାରେ 39 ହଜାର ଟନ ସ୍ବତନ୍ତ୍ର ଷ୍ଟିଲର ବ୍ୟବହାର ହୋଇଥିବା ବେଳେ ସୁରତ ଡାଇମଣ୍ଡ ବୁର୍ସରେ 55 ହଜାର ଟନ ଷ୍ଟିଲର ଉପଯୋଗ କରାଯାଇଛି । ଆଜିର ଉଦ୍ଘାଟନ ଉତ୍ସବରେ ବ୍ୟାଙ୍କକକ୍, ହଙ୍ଗକଂଗ, ଦୁବାଇ, ଓ ଅନ୍ୟ ଦେଶରୁ 2000 ବିଦେଶୀ ଅତିଥି ସହ ଦେଶର ବିଭିନ୍ନ ସହରରୁ 3000 ଅତିଥି ଙ୍କୁ ନିମନ୍ତ୍ରଣ କରାଯାଇଛି ।
ଆଜି ସୁରତ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରଟ ପାଇଁ ଏହା ଏକ ପ୍ରମୁଖ ଭିତ୍ତିଭୂମି ଉନ୍ନୟନ, ‘ଜୀବନର ସହଜତା’ ବୃଦ୍ଧି ଏବଂ ସହର ଓ ଏହାର ଆଖପାଖ ଅଞ୍ଚଳ ପାଇଁ ଅଧିକ ବାଣିଜ୍ୟ ସୁନିଶ୍ଚିତ କରିବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ କାଶୀରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ୍ ହେବେ । ବାରାଣସୀର ନମୋ ଘାଟରେ କାଶୀ ତାମିଲ ସଙ୍ଗମକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...