Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 19,600 କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି

National

19,600 କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି

Ritu Das
Browse all articles by Ritu Das
·2 years ago·2 min read
19,600 କୋଟି ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି

ଅର୍ଗସ ବ୍ୟୁରୋ: ବାଜିଲାଣି ନିର୍ବାଚନୀ ବିଗୁଲ। ନିର୍ବାଚନୀ ପରିବେଶରେ ଅଧିକ ଉଷ୍ମତା ଭରିବା ସହ ରାଜ୍ୟ ବିଜେପି କ୍ୟାମ୍ପକୁ ଉତ୍ସାହିତ କରିବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଚଣ୍ଡୀଖୋଲରେ ରହିଛି ମୋଦିଙ୍କ କାର୍ଯ୍ୟକ୍ରମ। ଅପରାହ୍ନ 2.45ରେ ଚଣ୍ଡୀଖୋଲରେ ପହଞ୍ଚିବା ପରେ ପ୍ରଥମେ 19 ହଜାର 600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିରେ ରହିଛି ଯେଉଁଥିରେ ତୈଳ, ଗ୍ୟାସ, ରେଳ, ସଡ଼କ ପରିବହନ, ଜାତୀୟ ରାଜପଥ ଓ ଆଣବିକ ଶକ୍ତି ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ । ଏହାପରେ ବିଶାଳ ଜନସଭାକୁ ମୋଦି କରିବେ ସମ୍ବୋଧନ। 

ମୋଦିଙ୍କ ଫୋକସରେ ଓଡ଼ିଶା । ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ଅଧୀନ ବେଣାପୁରଠାରେ ହେବ ପ୍ରଧାନମନ୍ତ୍ରୀଙ୍କ ସମାବେଶ । ସେଠାରେ ଚାଲିଛି ଜୋରଦାର ପ୍ରସ୍ତୁତି । ସାଧାରଣ ସଭାରେ ବିଜେପି ବିଧାୟକ, ସାଂସଦ, ଦଳୀୟ ନେତାଙ୍କ ସହ ସାଧାରଣ ଜନତା ଯୋଗ ଦେବେ । ପୂର୍ବାହ୍ନ 11ଟାରୁ ଆରମ୍ଭ ହେବ ଏହି ସାଧାରଣ ସଭା।  ଅପରାହ୍ନ 3.30ରେ ଏଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପିଏମଙ୍କ ଗସ୍ତ ପାଇଁ ବେଣାପୁରଠାରେ ଚାଲିଛି ଜୋରଦାର ପ୍ରସ୍ତୁତି। 
ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ପିଏମଙ୍କ ସୁରକ୍ଷା ପାଇଁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜି ଏବଂ ସୁରକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗ ସହ ଆଲୋଚନା ଚାଲିଛି । ବିମାନବନ୍ଦର ଓ ରାଜଭବନକୁ ହାଇ ସିକ୍ୟୁରିଟି ଜୋନରେ ରଖାଯାଇଛି । ବିମାନ ବନ୍ଦର ଆଖପାଖ ଅଞ୍ଚଳରେ ବହୁତଳ ପ୍ରସାଦ ଉପରେ ନଜର ରଖାଯାଇଛି । ସେଠାକାର ଲୋକଙ୍କ ପରିଚୟ ପତ୍ର ଓ ତଥ୍ୟ ପୋଲିସ୍ ପାଖରେ ରହିବ । 

2047 ସୁଦ୍ଧା ଭାରତକୁ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅଭିଯାନ । ଏଥିପାଇଁ ମିଶନ ମୋଡରେ କାମ କରୁଛି ମୋଦି ସରକାର। ଏ ଦିଗରେ ସବୁଠାରୁ ପ୍ରଥମ ଲକ୍ଷ୍ୟ 2024 ମାହଲଢ଼େଇରେ ଏନଡିଏ 400ରୁ ଅଧିକ ଓ ବିଜେପି 370 ସିଟରେ ହାସଲ କରିବ ଜିତାପଟ। ଓଡ଼ିଶାରେ ମଧ୍ୟ ସରକାର ଗଠନ ସହ 16ରୁ ଅଧିକ ଲୋକସଭା ଆସନରେ ବିଜୟୀ ହେବାକୁ ବିଜେପି ରଖିଛି ଟାର୍ଗେଟ୍। ଆଉ ଏହି ଲକ୍ଷ୍ୟ ହାସଲ ଦିଗରେ ବିଜେପି ନେତା ଓ କର୍ମୀଙ୍କୁ ଉତ୍ସାହିତ କରୁଛି ମୋଦିଙ୍କ ଘନ ଘନ ଗସ୍ତ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Modi will lay the | Argus News