Videos
|
National

ନିର୍ବାଚନ ପ୍ରଚାର ଶେଷ ପରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ ମୋଦୀ

Ritu Das
Browse all articles by Ritu Das
·2 years ago·1 min read
ନିର୍ବାଚନ ପ୍ରଚାର ଶେଷ ପରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ ମୋଦୀ

ଅର୍ଗସ ବ୍ୟୁରୋ:  ଲୋକସଭାର ୭ମ ପର୍ୟ୍ୟାୟ ମତଦାନ ନିମନ୍ତେ ପ୍ରଚାର କାର୍ଯ୍ୟ ଶେଷ‌ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଧ୍ୟାତ୍ମିକ ଯାତ୍ରାରେ ବାହାରିବେ। ଏବେ ମୋଦୀ କନ୍ୟାକୁମାରୀ ଯିବେ ବୋଲି ସୂଚନା ମିଳିଛି। କନ୍ୟାକୁମାରୀରେ ଦୁଇଦିନିଆ ଆଧ୍ୟାତ୍ମିକ ଅବସର ନେବେ। ସେଠାର ଧ୍ୟାନମଣ୍ଡପରେ ସେ ମେ' ୩୦ରୁ ଜୁନ୍‌ ୧ ତାରିଖ ଯାଏଁ ଧ୍ୟାନସ୍ଥ ହେବେ। ୭ମ ପର୍ୟ୍ୟାୟ ମତଦାନ ଜୁନ୍‌ ୧ ତାରିଖରେ ଅନୁଷ୍ଠିତ ହେବ। 

ଏଥିପାଇଁ ମେ' ୩୦ ତାରିଖରେ ପ୍ରଚାର ଶେଷ ହେବ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀ କନ୍ୟାକୁମାରୀରେ ପହଞ୍ଚିବେ। ଯେଉଁଠାରେ ଏକଦା ବିବେକାନନ୍ଦ ଧ୍ୟାନସ୍ଥ ହୋଇ ଆଧ୍ୟାତ୍ମିକ ଚେତନା ପ୍ରାପ୍ତ କରିଥିଲେ ସେହି ବିବେକାନନ୍ଦ ସ୍ମାରକୀ ସ୍ଥଳଠାରେ ପ୍ରଧାନମନ୍ତ୍ରୀ ଦୁଇଦିନ ଧ୍ୟାନସ୍ଥ ହେବେ।
ସୂଚନା ମୁତାବକ,ଏହା ପୂର୍ବରୁ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶିବାଜୀ ମହାରାଜଙ୍କ ପ୍ରତାପଗଡ଼ ଦୁର୍ଗରେ ଧ୍ୟାନସ୍ଥ ହୋଇଥିଲେ। ୨୦୧୯ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ କେଦାରନାଥରେ ଧ୍ୟାନସ୍ଥ ହୋଇଥିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi will take a two-day | Argus News