ମୋଦିଙ୍କ ବଡ଼ ଉପହାର, ପିଏମ ଫସଲ ବୀମା ଆବଣ୍ଟନ ବୃଦ୍ଧି ନିଷ୍ପତ୍ତି

ଅର୍ଗସ ବ୍ୟୁରୋ : ନୂଆ ବର୍ଷରେ ଚାଷୀଙ୍କୁ ମୋଦିଙ୍କ ବଡ଼ ଉପହାର । ପିଏମ ଫସଲ ବୀମା ଆବଣ୍ଟନ ବୃଦ୍ଧି ନିଷ୍ପତ୍ତି । କେନ୍ଦ୍ର କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି । 69 ହଜାର 515 କୋଟି ଆବଣ୍ଟନ ହେବ । ଏଥିସହ ସାର ଉପରେ ବି ସବସିଡିର ଘୋଷଣା କରାଯାଇଛି। DAP ସାରର ମୂଲ୍ୟ ବି ବଢ଼ିବ ନାହିଁ। ନୂଆ ବର୍ଷର ପ୍ରଥମ ଦିନରେ କ୍ୟାବିନେଟ୍ ବୈଠକରେ ବହୁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁର୍ନଗଠିତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା 2025-26 ବର୍ଷରେ ବି ଜାରି ରଖିବାକୁ ମଞ୍ଜୁରୀ ଦେଇଛନ୍ତି।
ଯେଉଁଥିପାଇଁ 69,516 କୋଟି ଟଙ୍କା ଆବଣ୍ଟନ କରାଯାଇଛି। କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଚାଷୀଙ୍କୁ 50 କେଜି DAP ସାର ବ୍ୟାଗ 1350 ଟଙ୍କାରେ ମିଳିବା ଜାରି ରହିବ। DAP ଉପରେ ସରକାର ଅତିରିକ୍ତ 3850 କୋଟି ଟଙ୍କାର ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ବଢୁଥିବା ଦରକୁ ଲକ୍ଷ୍ୟ କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।