Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଏନଡିଏ ସଂସଦୀୟ ଦଳ ବୈଠକରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ

National

ଏନଡିଏ ସଂସଦୀୟ ଦଳ ବୈଠକରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ

Manini Pattanayak
Browse all articles by Manini Pattanayak
·2 years ago·2 min read
ଏନଡିଏ ସଂସଦୀୟ ଦଳ ବୈଠକରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଦେଶର ବିକାଶ ଯାତ୍ରାରେ ଓଡ଼ିଶା ବନିବ ନମ୍ବର ୱାନ ଇଞ୍ଜିନ୍ । ଓଡ଼ିଶାର ବିକାଶ ଲଗି ଆଗାମୀ 25 ବର୍ଷର ରୋଡ ମ୍ୟାପ୍ ପ୍ରସ୍ତୁତ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ବନିବାକୁ ଯାଉଛି ଡବଲ ଇଞ୍ଜିନ ସରକାର। ଅର୍ଥାତ ମୋଦିଙ୍କ ବିକାଶ ଇଞ୍ଜିନ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶାର ଇଞ୍ଜିନ ଯାହାକୁ ନମ୍ବର ୱାନ ବନାଇବାକୁ ସଂକଳ୍ପ ନେଇସାରିଛନ୍ତି ପିଏମ୍ ମୋଦି। ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଏହା ସ୍ପଷ୍ଟ ହୋଇସାରିଛି ।  ଦେଶର ବିକାଶ ଯାତ୍ରାରେ ଓଡ଼ିଶା ବନିବ ନମ୍ବର ୱାନ ଇଞ୍ଜିନ୍। ଓଡ଼ିଶାର ବିକାଶ ଲଗି ଆଗାମୀ 25 ବର୍ଷର ରୋଡ ମ୍ୟାପ୍ ପ୍ରସ୍ତୁତ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାରେ ବନିବାକୁ ଯାଉଛି ଡବଲ ଇଞ୍ଜିନ ସରକାର। ଅର୍ଥାତ ମୋଦିଙ୍କ ବିକାଶ ଇଞ୍ଜିନ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶାର ଇଞ୍ଜିନ ଯାହାକୁ ନମ୍ବର ୱାନ ବନାଇବାକୁ ସଂକଳ୍ପ ନେଇସାରିଛନ୍ତି ପିଏମ୍ ମୋଦି।

ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଏହା ସ୍ପଷ୍ଟ ହୋଇସାରିଛି। 24 ମହାଲଢେଇରେ ଓଡ଼ିଶାରେ ବିଜେପିର ବିଜୟ ଥିଲା ଅବିଶ୍ବସନୀୟ, ଅକଳ୍ପନୀୟ। ଲୋକସଭାରେ 20ରୁ 20 ଆସନ ପୋଛି ନେଇ ବିଜେପି ରଚିଛି ନୂଆ ଇତିହାସ। 25 ବର୍ଷ ଧରି ଓଡ଼ିଶାରେ ନିଜର ରାଜନୈତିକ ଚେରକୁ ଗଭୀର କରିସାରିଥିବା ବିଜେଡିକୁ ଓପାଡ଼ି ଫୋପାଡି ଦେବାରେ ସମର୍ଥ ହୋଇଛି ବିଜେପି। ପ୍ରଥମ ଥର ପାଇଁ ଲୋକସଭାରେ ଖାତା ଖୋଲିପାରିନି ନବୀନଙ୍କ ଆଞ୍ଚଳିକ ଦଳ। ସେଥିପାଇଁ ବିଜେପିର ଏହି ବିଜୟକୁ କ୍ରାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ମନରେ ଥିବା ଭକ୍ତି ଓ ଶ୍ରଦ୍ଧା ପୁଣି ପରିପ୍ରକାଶ ହୋଇଛି ସଂସଦୀୟ ଦଳ ବୈଠକରେ ମହାପ୍ରଭୁଙ୍କୁ ଗରିବଙ୍କ ଦେବତା କହିବା ସହ ବିଜେପିର ବିଜୟର ସବୁ ଶ୍ରେୟ ଶ୍ରୀଜଗନ୍ନାଥଙ୍କୁ ଦେଇଛନ୍ତି ମୋଦି।   ପିଏମ ଯେତେବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁ ଉଚ୍ଚାରଣ କରିଥିଲେ ପୂରା ହଲରେ ଗୁଞ୍ଜି ଉଠିଥିଲା ଜୟ ଜଗନ୍ନାଥ ଧ୍ବନି। ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସ୍ଥାନପାଇଥିବା ଓଡ଼ିଶା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ନେଇ ଏକ୍ସରେ ପୋଷ୍ଟ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସଂସଦୀୟ ଦଳ ବୈଠକରେ ଓଡ଼ିଶାରୁ ନବନିର୍ବାଚିତ ସମସ୍ତ 20 ଜଣ ଲୋକସଭା ସାଂସଦ ଯୋଗଦେଇଥିଲେ।  
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored