ଆମେରିକା ଉପରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ମୋଦିଙ୍କ ବଡ଼ ବୟାନ

Key Points
ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ନେଇ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ସୂଚନା
ଆମେରିକା ଉପରାଷ୍ଟ୍ରପତିଙ୍କ ସହ ଆଲୋଚନାରେ PM ମୋଦିଙ୍କ ବଡ଼ ବୟାନ
ପାକିସ୍ତାନ କିଛି କଲେ ଦିଆଯିବ ଭୟଙ୍କର ଜବାବ
ସେପଟୁ ଗୁଳି ଫୁଟିଲେ, ଏପଟୁ ଗୋଳା ବର୍ଷିବ
କାଶ୍ମୀର ପ୍ରସଙ୍ଗରେ ହେବ ନାହିଁ କୌଣସି ଆଲୋଚନା
କେବଳ ଆତଙ୍କବାଦୀ ହସ୍ତାନ୍ତର ଓ ଭାରତକୁ ପିଓକେ ଫେରାଇବା ପ୍ରସଙ୍ଗରେ ହେବ କଥାବାର୍ତ୍ତା
ଦୁଇ ଦେଶ ମଧ୍ୟରେ ଦରକାର ନାହିଁ କାହାରି ମଧ୍ୟସ୍ଥତା
୨ଦିନର ଯୁଦ୍ଧ ଆଉ ତୃତୀୟ ଦିନ ବେଳକୁ ଚିତପଟାଙ୍ଗ ମାରିଲା ଆତଙ୍କିସ୍ତାନ । ଭାରତର କୋପରୁ ରକ୍ଷା ପାଇଁ ଆମେରିକାର ଶରଣ ପଶିଲେ ପାକିସ୍ତାନ । ଅସ୍ତ୍ରବିରତି ପାଇଁ ଭାରତକୁ କଲା ଅନୁରୋଧ । ଭାରତ-ପାକିସ୍ତାନ ପାଇଁ ଏବେ ଯୁଦ୍ଧ ବିରାମ ଥିବାବେଳେ ଆମେରିକୀୟ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଛି ପିଏମ୍ ମୋଦିଙ୍କ ବଡ଼ ବୟାନ। ରିପୋର୍ଟ ଅନୁସାରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କ ସହ ଆଲୋଚନାବେଳେ ଭାରତର ପ୍ରଧାନମନ୍ତ୍ରୀ ଦେଇଛନ୍ତି କଡ଼ା ବାର୍ତ୍ତା। ପାକିସ୍ତାନ ଆଉ କୌଣସି ହରକତ କଲେ ଭାରତର ଜବାବ ଭୟଙ୍କର ହେବ। ଏଥିପାଇଁ ଭାରତୀୟ ସେନାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ସେପଟୁ ଗୁଳିଫୁଟିଲେ ଏପଟୁ ଗୋଳା ବର୍ଷିବ। ଅପରେସନ ସିନ୍ଦୁର ଶେଷ ହୋଇନାହିଁ ।
ପିଏମ୍ ମୋଦି ଆହୁରି କହିଛନ୍ତି, ଭାରତ- ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ। ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବି କିଛି କଥାବାର୍ତ୍ତା ହୋଇନାହିଁ। କେବଳ ଉଭୟ ଦେଶର ମିଲିଟାରୀ ଅପରେସନ DGଙ୍କ ଭିତରେ କଥାବାର୍ତ୍ତା ହୋଇଛି। ପାକିସ୍ତାନୀ ଏୟାରବେସ୍ ଉପରେ ଭାରତର ଆକ୍ରମଣ ପାକିସ୍ତାନର ଅସ୍ତ୍ରବିରତି ନିଷ୍ପତ୍ତି ପଛର ଟର୍ଣ୍ଣିପଏଣ୍ଟ ଥିଲା। ପୁଣି କାଶ୍ମୀର ପ୍ରସଙ୍ଗରେ ପିଏମ୍ ମୋଦି ମଧ୍ୟ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। କାଶ୍ମୀର ବା ଅନ୍ୟ କୌଣସି ପ୍ରସଙ୍ଗରେ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। କେବଳ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବା ଏବଂ ଭାରତକୁ ପିଓକେ ଫେରାଇବା ପ୍ରସଙ୍ଗରେ ହିଁ କଥାବାର୍ତ୍ତା ହେବ। ପୁଣି ପାକିସ୍ତାନ ସହ ଆଲୋଚନାରେ ଭାରତ କାହାରି ମଧ୍ୟସ୍ଥତା ଚାହୁଁନଥିବା ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏପଟେ ଅପରେସନ ସିନ୍ଦୂର’ ନେଇ ଆଜି ବଡ଼ ସୂଚନା ଦେଇଛି ଭାରତୀୟ ବାୟୁସେନା। ସୋସିଆଲ୍ ମିଡିଆରେ ଉଲ୍ଲେଖ କରାଯାଇଛି ଅପରେସନ ସିନ୍ଦୂର ସଫଳ ହୋଇଛି । ଅପରେସନ ସିନ୍ଦୂରର ଲକ୍ଷ୍ୟ ହାସଲ ହୋଇଛି । ରାଷ୍ଟ୍ରୀୟ ଲକ୍ଷ୍ୟ ଅନୁସାରେ ଅପରେସନ କରାଯାଇଛି । ସଠିକ୍ ଓ ପେଷାଦାର ଭାବେ କାମ ସମ୍ପୂର୍ଣ୍ଣ କରାଯାଇଛି । ଏବେ ବି ‘ଅପରେସନ ସିନ୍ଦୂର’ ଜାରି ରହିଛି । ଅପରେସନ ବାବଦରେ ଠିକ୍ ସମୟରେ ସୂଚନା ଦିଆଯିବ ।
ସେପଟେ ଅସ୍ତ୍ରବିରତି ପରେ ପରବର୍ତ୍ତୀ ରଣନୀତି ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ଆଲୋଚନା । ୩ ସେନା ମୁଖ୍ୟ, NSA ଅଜିତ୍ ଡୋଭାଲ, CDS ଅନୀଲ ଚୌହାନଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି ପିଏମ୍ ମୋଦି।
