Videos
|
National

ବାଂଲାଦେଶରେ ହିନ୍ଦୁ ସୁରକ୍ଷା ପାଇଁ ମୋଦିଙ୍କ ବଡ଼ ପଦକ୍ଷେପ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବାଂଲାଦେଶରେ ହିନ୍ଦୁ ସୁରକ୍ଷା ପାଇଁ ମୋଦିଙ୍କ ବଡ଼ ପଦକ୍ଷେପ

ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପିଏମ ମୋଦିଙ୍କ ସଫଳ ରଣନୀତି । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ଭାରତ ସହିତ ତିକ୍ତ ସମ୍ପର୍କକୁ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଠକରେ ଉଭୟ ନେତା ପାରସ୍ପରିକ ସହଯୋଗ ଏବଂ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶାନ୍ତପୂର୍ଣ୍ଣ ସହାବସ୍ଥାନ ଓ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉତ୍ତର ଦାୟିତ୍ବ ନେବାକୁ ମୋଦିଙ୍କ ଦାବି ପରେ ସହମତି ପ୍ରକାଶ କରିଛନ୍ତି ୟୁନୁସ ।

ବ୍ୟାଙ୍କକରେ ଆୟୋଜିତ ବିମଷ୍ଟେକ ଶିଖର ସମ୍ମିଳନୀରେ ପଡୋଶୀ ବାଂଲାଦେଶ ସ୍ଥିତି ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପିଏମ ମୋଦି । ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦି ଓ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ବୈଠକ ହୋଇଛି। ଶେଖ ହାସିନାଙ୍କ ସରକାର କ୍ଷମତାଚ୍ୟୁତ ହେବା ପରଠାରୁ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଏବଂ ଭାରତ ସହିତ ତିକ୍ତ ସମ୍ପର୍କକୁ ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବୈଠକରେ ଉଭୟ ନେତା ପାରସ୍ପରିକ ସହଯୋଗ ଏବଂ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶାନ୍ତପୂର୍ଣ୍ଣ ସହାବସ୍ଥାନ ଓ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉତ୍ତର ଦାୟିତ୍ବ ନେବାକୁ ମୋଦିଙ୍କ ଦାବି ପରେ ସହମତି ପ୍ରକାଶ କରିଛନ୍ତି ୟୁନୁସ । ଯାହା ଉଭୟ ଦେଶର ସମ୍ପର୍କରେ ସୁଧାର ଆଣିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ବ୍ୟାଙ୍କକରେ ଷଷ୍ଠ ବିମଷ୍ଟେକ ଶିଖର ସମ୍ମିଳନୀରେ ସାମିଲ ହୋଇ ସଦସ୍ୟଭୁକ୍ତ ସମସ୍ତ ୭ଟି ଦେଶ ମଧ୍ୟରେ ପରସ୍ପରିକ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି ମୋଦି । ବେ ଅଫ୍‌ ବେଙ୍ଗଲ୍ ଇନିସିଏଟିଭ ଫର୍ ମଲ୍ଟି ସେକ୍ଟୋରାଲ୍ ଟେକ୍ନିକାଲ୍ ଆଣ୍ଡ ଇକୋନୋମିକ୍ କୋଅପରେସନ ସମ୍ମିଳନୀରେ ଚଳିତବର୍ ‘ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ’ ପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ । ବାଂଲାଦେଶ ସମେତ ପିଏମ ମୋଦି ନେପାଳ ପିଏମ କେପି ଓଲି, ଭୁଟାନ ପିଏମ ଟି ତୋବଗୟେଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏହାସହ ବିମଷ୍ଟେକ ଆୟୋଜକ ଥାଇଲାଣ୍ଡ ପିଏମ ଇଙ୍ଗ ସିନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦି ।

ଶିଖର ସମ୍ମିଳନୀ ପରେ ବ୍ୟାଙ୍କକ ପିଏମଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ପ୍ରସିଦ୍ଧ ବୌଦ୍ଧ ବିହାର ୱାଟ ଫୋ ଗସ୍ତ କରି ଭଗବାନ ବୁଦ୍ଧଙ୍କୁ ନମନ କରିଥିଲେ । ବୌଦ୍ଧ ବିହାରରେ ଉପସ୍ଥିତ ବୈଦ୍ଧ ସନ୍ଥଙ୍କ ସହ ଭାରତ-ଥାଇଲାଣ୍ଡ ଐତିହାସିକ ଓ ସାସ୍କୃତିକ ସମ୍ପର୍କ ବିଷୟରେ କଥା ହୋଇଥିଲେ ମୋଦି । ବିମଷ୍ଟେକ ସମ୍ମିଳନୀରୁ ସହଯୋଗୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ସେତୁକୁ ଦୃଢ଼ କରି ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । ଡନ ମୁଆଙ୍ଗ ବିମାନ ବନ୍ଦରରେ ପିଏମ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi's big step for Hindu safety in Bangladesh | Argus News