Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫେବ୍ରୁଆରୀରେ ଓଡ଼ିଶାରେ ମୋଦିଙ୍କ ଡବଲ ଧମାକା

National

ଫେବ୍ରୁଆରୀରେ ଓଡ଼ିଶାରେ ମୋଦିଙ୍କ ଡବଲ ଧମାକା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଫେବ୍ରୁଆରୀରେ ଓଡ଼ିଶାରେ ମୋଦିଙ୍କ ଡବଲ ଧମାକା

ଅର୍ଗସ ବ୍ୟୁରୋ:  ରାଜ୍ୟ ବିଜେପି ଶିବିରରେ ଏବେ ଉତ୍ସାହ ଜୋରଦଜାର। ଫେବ୍ରୁଆରୀ 3ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତକୁ ନେଇ ଦଳର କାର୍ଯ୍ୟକର୍ତ୍ତା ଯୋଶରେ ଥିବା ବେଳେ ଏବେ 10ରେ ବି ପିଏମଙ୍କ ଓଡ଼ିଶା ଆସିବା ସମ୍ଭାବନା ବିଜେପି ସମର୍ଥକଙ୍କ ଭିତରେ ଭରିଛି ଦୁଇଗୁଣା ଉତ୍ସାହ। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି 1୦ ତାରିଖ ସକାଳେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ବିଶାଳ ମହିଳା ସମାବେଶରେ ଯୋଗ ଦେବେ। ଏହି ସମାବେଶରେ ଏକାଠି ହେବେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା କାର୍ଯ୍ୟକର୍ତ୍ତା। ଓଡ଼ିଶାରେ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କରେ ଭାଗ ବସାଇବାକୁ ବିଜେପି ଏହି ଖାସ ରଣନୀତି କରିଥିବା କୁହାଯାଉଛି। 

ଏହା ପୂର୍ବରୁ 3 ତାରିଖରେ ଆଇଆଇଏମ୍ ସମ୍ବଲପରର ଲୋକାର୍ପଣ ସହ ସାଧାରଣ ସଭାକୁ କରିବେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏହି ସଭାରେ ହିଁ ମୋଦି ଫୁଙ୍କିବେ 24 ନିର୍ବାଚନ ଲାଗି ବିଗୁଲ। ଏହା ପୂର୍ବରୁ ସାରା ରାଜ୍ୟରେ ବିଜେପି ପାଇଁ ମାହୋଲ ବନାଇବାରେ ଲାଗିଛନ୍ତି ଦଳର ତୁଙ୍ଗ ନେତା। ବୁଥ୍ ସ୍ତରରେ ଦଳକୁ ମଜଭୁତ କରିବାକୁ ଚାଲିଛି ଅଭିଯାନ। ରବିବାର ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ବୁଥ୍ ସ୍ତରୀୟ ଜନସମ୍ପର୍କ ଅଭିଯାନରେ ସାମିଲ ହୋଇ ଦଳର କାର୍ଯ୍ୟକର୍ତ୍ତାଙ୍କ ଭିତରେ ଯୋଶ୍ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ପିପିଲିଠାରେ ଏକ ବିଶାଳ ରୋଡଶୋରେ ଯାଇ ପରିବାର ସମ୍ପର୍କ ଅଭିଯାନରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର। ଏହି ଅବସରରେ ଓଡ଼ିଶାରେ ପରିବର୍ତ୍ତନର ସଂକେତ ମିଳୁଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

2019ରେ କଂଗ୍ରେସକୁ ପଛକୁ ଠେଲି ରାଜ୍ୟରେ 3ରୁ 2 ନମ୍ବର ଦଳ ବନିଥିଲା ବିଜେପି। ଓଡ଼ିଶାରେ ବିଜେପିର ଭୋଟ୍ ହାର 33% ରୁ 38%ରେ ପହଞ୍ଚିଥିଲା। 2014ରେ ଗୋଟିଏ ରୁ 2019ରେ 8ଟି ଲୋକସଭା ଆସନ ଜିତି ଲମ୍ବାଡିଆଁ ମାରିଥିଲା ବିଜେପି। ପଶ୍ଚିମ ଓଡ଼ିଶାର 5ରୁ 5 ଆସନ ପୋଛି ନେଇଥିଲା ଦଳ। ଲୋକସଭାରେ ବିଜେଡିଠାରୁ ମାତ୍ର 10 ଲକ୍ଷ ଭୋଟ୍ ପଛରେ ରହିଥିଲା ବିଜେପି। ନିକଟରେ ଶେଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି ବମ୍ପର ବିଜୟ। ଛତିଶଗଡ଼ର ଓଡ଼ିଆ ଭୋଟର ଏକତରଫା ଭାବେ  ବିଜେପିକୁ ଭୋଟ୍ ଦେଇ ସରକାରକୁ ଆଣିଛନ୍ତି। ଆଉ ଏହାର ପ୍ରଭାବ 24 ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବାର ଚର୍ଚ୍ଚା ଭିତରେ ସେହି ପଶ୍ଚିମଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ମୋଦି ଫୁଙ୍କିବେ ବିଜେପି ପାଇଁ ନୀର୍ବାଚନୀ ବିଗୁଲ। ତେଣୁ ଏଥର 50 ପ୍ରତିଶତରୁ ଅଧିକ ଭୋଟ୍ ସହ 2ରୁ ଏକ ନମ୍ବର ଦଳ ବନିବାକୁ  ଲକ୍ଷ୍ୟ ରଖିଛି ବିଜେପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Modi's double blast in Odisha in February | Argus News