`ସୁନିଶ୍ଚିତ ବସ୍ତିର ବିକାଶ, ଫେବ୍ରୁଆରୀ 5ରେ ଆସିବ ନୂଆ ବସନ୍ତ'

Key Points
ମୋଦିଙ୍କ ଗ୍ୟାରେଣ୍ଟି `ବିକଶିତ ଦିଲ୍ଲୀ'
ଦିଲ୍ଲୀ ସିଂହାସନ ପାଇଁ ଏଥର ଆର୍ ପାର୍ ଲଢ଼େଇ
ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ଏଥର ଆରପାର ଲଢେଇ । ଦିଲ୍ଲୀବାସୀଙ୍କ ନିର୍ଣ୍ଣୟ ଉପରେ ସାରା ଦେଶର ନଜର । 11 ବର୍ଷ ଧରି ଦିଲ୍ଲୀକୁ ବରବାଦ କରି ଦେଇଥିବା ଆପ-ଦା ପାର୍ଟିର ଝାଡୁକୁ ଏଥର ଯମୁନାକୁ ଫିଙ୍ଗିବାକୁ ମନ ସ୍ଥିର କରିସାରିଛନ୍ତି ଦିଲ୍ଲୀବାସୀ । ଆରକେ ପୁରମ୍ ରେ ବିଶାଳ ଜନସଭାକୁ ସମ୍ବୋଧନ କରି ଦୀର୍ଘ 26 ବର୍ଷ ପରେ ଏଥର ଦିଲ୍ଲୀରେ ପଦ୍ମ ଫୁଟିବାକୁ ଯାଉଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମିଛ ପ୍ରଚାର କରୁଥିବା ଆପ୍ କୁ କଡ଼ା ଜବାବ ଦେବା ସହ ଦିଲ୍ଲୀରେ ବିଜେପି ଶାସନକୁ ଆସିଲେ ବସ୍ତି ଅଞ୍ଚଳ ସୁରକ୍ଷିତ ରହିବା ସହ ବିକାଶ ଯୋଜନା ପୂର୍ବପରି ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ମୋଦି ।
ଭୋଟ ପୂର୍ବରୁ ଆମ ଆଦମୀ ପାର୍ଟି ଉପରୁ ତୁଟୁଛି ବିଶ୍ବାସ । ଭାଙ୍ଗୁଛି ଆପ୍ । ଦଳ ଛାଡୁଛନ୍ତି ଜଣକ ପରେ ଜଣେ ନେତା । ଆପ-ଦା ସରକାରର ମିଛ ପ୍ରତିଶ୍ରୁତିର ପରିଣାମ ଦିଲ୍ଲୀବାସୀ ସହର ଗଳିରେ, ଜମୁନା ଘାଟରେ ଦେଖିସାରିଛନ୍ତି । ଅବକୀ ବାର ଦିଲ୍ଲୀରେ ବିଜେପି ସରକାର । ଫେବ୍ରୁଆରୀ 5ରେ ବିକାଶର ନୂଆ ବସନ୍ତ ଆସିବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡବଲ ଇଞ୍ଜିନ ସରକାର ଆସିଲେ ରାଜଧାନୀରେ ବିକାଶ ବି ଡବଲ ହେବ ବୋଲି କହିଛନ୍ତି ମୋଦି ।
📱 Get Argus News App
✨ମଦ ନୀତି ଦୁର୍ନୀତିଠୁ ଆରମ୍ଭ କରି ଶିଶ ମହଲ, ଜଳ ବୋର୍ଡ, ସ୍କୁଲ ବିକାଶ ନାଁରେ ଦିଲ୍ଲୀବାସୀଙ୍କୁ ଆପ ସରକାର ଗତ 11 ବର୍ଷ ଧରି ଲୁଣ୍ଠନ କରୁଥିବା ଦାବି କରିଛନ୍ତି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ । ନିଜେ ଦୁର୍ନୀତିରେ ବୁଡ଼ି ଶାସନ କ୍ଷମତା ହାତେଇବାକୁ ବିଜେପି ବିରୋଧରେ ମିଛ ପ୍ରଚାର କରି କେଜ୍ରିୱାଲ ଏବେ ଫସି ଯାଇଛନ୍ତି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲୋକଙ୍କ ବିଶ୍ବାସ, ଏଥର ଦିଲ୍ଲୀରେ ନିଶ୍ଚୟ ପଦ୍ମ ଫୁଟାଇବ ବୋଲି ଦାବି କରିଛନ୍ତି ବିଜେପି ନେତା ।
ଦୀର୍ଘ 26 ବର୍ଷ ପରେ ଏଥର ଦିଲ୍ଲୀ ଶାସନ କ୍ଷମତାକୁ କମବ୍ୟାକ କରିବାକୁ ପୁରା ଦମ ଲଗାଇଛି ବିଜେପି । କେନ୍ଦ୍ର ଶାସିତ ଷ୍ଟେଟ୍ ଘୋଷଣା ହେବା ପରଠାରୁ ଦିଲ୍ଲୀରେ ବିଜେପି ଥରେ, କଂଗ୍ରେସ 3 ଥର ଓ ଆପ୍ 2 ଥର ନିର୍ବାଚନ ଜିତିଛନ୍ତି । ଖୋଦ୍ କେଜ୍ରିୱାଲଙ୍କ ସମେତ ଦଳର ବଡ଼ ନେତା ଦୁର୍ନୀତି ଜାଲରେ ଛନ୍ଦି ହୋଇଥିଲେ ବି ଦିଲ୍ଲୀବାସୀଙ୍କୁ ଅନ୍ଧାରରେ ରଖି ପ୍ରତି ଘଣ୍ଟାରେ ମିଛ ଘୋଷଣା କରୁଛି । ଦୁର୍ନୀତି ବିରୋଧରେ ସଂଗ୍ରାମ ଘୋଷଣା କରି ଗତ ଦୁଇଟି ଟର୍ମରେ କ୍ଷମତାକୁ ଆସି ଦିଲ୍ଲୀକୁ ଦୁର୍ନୀତିର ଗଡ଼ ସଜାଇଥିବା ଆପ-ଦା ପାର୍ଟିକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି ।