ଗାନ୍ଧିନଗରରେ ମୋଦିଙ୍କ ବିଶାଳ ରୋଡ ଶୋ': ୩୦ ହଜାରରୁ ଅଧିକ ବିଜେପି କର୍ମୀ ସାମିଲ

Key Points
ମୋଦିଙ୍କୁ ସ୍ବାଗତ ଜଣାଇବେ ୩୦ ହଜାରରୁ ଅଧିକ ବିଜେପି କର୍ମୀ
ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗଦେବେ
ମହାତ୍ମା ମନ୍ଦିରରେ ୫,୫୩୬ କୋଟି ଟଙ୍କାର ବିକାଶ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ ଅଧୀନରେ ୨୨,୦୦୦ରୁ ଅଧିକ ଘରର ଲୋକାର୍ପଣ
ଗୁଜରାଟ ଗସ୍ତର ଦ୍ବିତୀୟ ଦିନରେ ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ' ଏହି ରୋଡ ଶୋ ରେ ପ୍ରାୟ 30 ହଜାର ବିଜେପି କର୍ମୀ ପିଏମ ମୋଦିଙ୍କୁ ସ୍ବାଗତ ଜଣାଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗ ଦେବେ । ଏଥିସହ ସହରାଞ୍ଚଳ ବିକାଶ -୨୦୨୫ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
। ‘ସହରାଞ୍ଚଳ ବିକାଶ ବର୍ଷ ୨୦୦୫’ର ୨୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ସହରାଞ୍ଚଳ ବିକାଶ ବର୍ଷ ୨୦୨୫, ଗୁଜରାଟର ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଏବଂ ଜଳଯୋଗାଣ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ। ରୋଡ ଶୋ ପରେ ପିଏମ ମୋଦି ମହାତ୍ମା ମନ୍ଦିରରେ 5 ହଜାର 536 କୋଟି ଟଙ୍କାର ବିକାଶ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।
ଏହା ସହିତ ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ ଅଧୀନରେ ୨୨,୦୦୦ ରୁ ଅଧିକ ଘର ମଧ୍ୟ ଲୋକାର୍ପଣ କରିବେ । ସେ ମଧ୍ୟ ସ୍ୱର୍ଣ୍ଣିମ ଜୟନ୍ତୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଗୁଜରାଟର ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ୩,୩୦୦ କୋଟି ଟଙ୍କା ପ୍ରଦାନ କରିବେ।