Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦୀଙ୍କ ଶପଥ: ଏହି ସବୁ ନେତାଙ୍କୁ ଯାଇସାରିଲାଣି ଫୋନ୍ କଲ୍

National

ମୋଦୀଙ୍କ ଶପଥ: ଏହି ସବୁ ନେତାଙ୍କୁ ଯାଇସାରିଲାଣି ଫୋନ୍ କଲ୍

Ritu Das
Browse all articles by Ritu Das
·2 years ago·1 min read
ମୋଦୀଙ୍କ ଶପଥ: ଏହି ସବୁ ନେତାଙ୍କୁ ଯାଇସାରିଲାଣି ଫୋନ୍ କଲ୍

ଅର୍ଗସ ବ୍ୟୁରୋ: ଆଜି ଶପଥ ନେବେ ମୋଦୀ । ଆଉ ଏହା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ବଢିଛି । ଖାସ୍ କରି ଆଜି ମୋଦୀଙ୍କ ସହ ଅନ୍ୟ କେଉଁ କେଉଁ ନେତା ମନ୍ତ୍ରୀ ଭାବେ ଶପଥ ନେବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି । ବର୍ତ୍ତମାନ ପିଏମଓରୁ ଜଣକ ପରେ ଜଣେ ନେତାଙ୍କୁ ଫୋନ୍ ଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ବିଜେପି ନେତା ପିୟୁଷ ଗୋଏଲ, ରାଜନାଥ ସିଂହ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଫୋନ ଯାଇଛି । 

ଏହାସହ ଜେଡିଏସ୍ ନେତା କୁମାରସ୍ୱାମୀ, ହାମ୍ ନେତା ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି(ଆର୍) ନେତା ଚିରାଗ ପାଶୱାନ୍, ଜେଡିୟୁ ନେତା ରାମନାଥ ଠାକୁର ଏବଂ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କ ପାଖକୁ ଫୋନ୍ ଯାଇଛି । ଏହି ସବୁ ନେତା ଆଜି ମୋଦୀଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Modi's oath: | Argus News