Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶାଳ ଜନସମୁଦ୍ର ଦେଖାଉଛି ମୋଦିଙ୍କ ଲୋକପ୍ରିୟତା

National

ବିଶାଳ ଜନସମୁଦ୍ର ଦେଖାଉଛି ମୋଦିଙ୍କ ଲୋକପ୍ରିୟତା

Ritu Das
Browse all articles by Ritu Das
·2 years ago·1 min read
ବିଶାଳ ଜନସମୁଦ୍ର ଦେଖାଉଛି ମୋଦିଙ୍କ ଲୋକପ୍ରିୟତା

ଅର୍ଗସ ବ୍ୟୁରୋ: ଲଗାତାର 5 ଦିନ। 5 ରାଜ୍ୟରେ ମୋଦିଙ୍କ ମାରାଥନ ମିଶନ। କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ଼ ସୋ, ରାଲି ଓ ବିଶାଳ ଜନସଭା। ମାର୍ଚ୍ଚ 15ରୁ ଦାକ୍ଷିଣାତ୍ୟ ଅଭିଯାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ନିର୍ବାଚନ ବିଗୁଲ ବାଜିବା ପରେ ପ୍ରଚାର ଅଭିଯାନ ଜୋରଦାର କରିଛି ବିଜେପି। ମଙ୍ଗଳବାର ମୋଦିଙ୍କ ରୋଡ଼ ସୋ ଦେଖିବାକୁ କେରଳର ପଲକଡ଼ ଜନସମୁଦ୍ର ପାଲଟିଲା । ରାସ୍ତାର ଦୁଇ ପାଖରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ, ଅଭିନନ୍ଦନ ଜଣାଇଲେ ହଜାର ହଜାର ଜନତା। ରାସ୍ତା ସାରା ପିଏମଙ୍କ ଉପରେ ଲୋକେ କରୁଥିଲେ ଫୁଲ ବର୍ଷା। କେରଳରେ  ରୋଡ଼ ଶୋ’ କରିବା ପରେ ତାମିଲନାଡୁ ସାଲେମରେ ଜନସଭାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ଇଣ୍ଡି ମେଣ୍ଟ ଉପରେ ଜୋରଦାର ବର୍ଷିଲେ ମୋଦି । କହିଲେ, ଇଣ୍ଡି ମେଣ୍ଟ ହିନ୍ଦୁ ଧର୍ମ ବିରୋଧୀ। ଏନଡିଏକୁ ମିଳୁଥିବା ସହଯୋଗ, ତାମିଲନାଡୁରେ ହଜାଇ ଦେଇଛି ଡିଏମକେର ନିଦ। 

କେରଳ ଓ ତାମିଲନାଡୁ ସମେତ ଗତ 4 ଦିନରେ ତେଲେଙ୍ଗାନା, ଆନ୍ଧ୍ର ଓ କର୍ଣ୍ଣାଟକରେ ମୋଦିଙ୍କ ରୋଡ଼ ସୋ ଏବଂ ଜନସଭାରେ ବିପୁଳ ଜନ ସମାଗମ ଦେଖି ହଜିଗଲାଣି ବିରୋଧୀଙ୍କ ନିଦ। କୁହାଯାଉଛି ବିଜେପିର ପାରମ୍ପରିକ ପ୍ରଭାବ କ୍ଷେତ୍ର ନ ହୋଇ ବି ଦକ୍ଷିଣ ଭାରତରେ ମୋଦି ହାୱାରେ ବିଜେପିକୁ ମିଳୁଥିବା ଜନ ସମର୍ଥନ ଏଥର ବଦଳାଇ ଦେଇପାରେ ପଲିଟିକାଲ୍ ଇକ୍ବେସନ। ମୋଦିଙ୍କ ନେତୃତ୍ବରେ ଜୁନ୍ 4ରେ 400 ପାର୍ ଲକ୍ଷ୍ୟ ଦିଗରେ ଜୋରସୋରରେ ଆଗେଇ ଚାଲିଛି ବିଜେପି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Modi's popularity | Argus News