Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦିଙ୍କ ଲୋକପ୍ରିୟତା ଛୁଇଁଲା ଗଗନ

National

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦିଙ୍କ ଲୋକପ୍ରିୟତା ଛୁଇଁଲା ଗଗନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୋଦିଙ୍କ ଲୋକପ୍ରିୟତା ଛୁଇଁଲା ଗଗନ

ଅର୍ଗସ ବ୍ୟୁରୋ: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶସାରା ଛାଇଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା। ବିଭିନ୍ନ ଗଣମାଧ୍ୟମ ଓ ଏଜେନ୍ସୀ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରୁ ଦେଶରେ ମୋଦି ସୁନାମୀ ଆସୁଥିବା ନେଇ କରାଯାଇଛି ଆକଳନ। 2024 ଲୋକସଭା ନିର୍ବାଚନରେ ଏନଡିଏକୁ ବହୁମତ ନେଇ କରାଯାଇଛି ପୂର୍ବାନୁମାନ। ତେବେ ନ୍ୟୁଜ୍ 18 ପକ୍ଷରୁ ହୋଇଥିବା ସର୍ଭେ ଦର୍ଶାଇଛି ଏନଡିଏ ଅବକୀ ବାର 4ଶୋ ପାର। ଅର୍ଥାତ ଯଦି ନ୍ୟୁଜ୍ 18ର ଆକଳନ ସତ ହୁଏ ତାହାହେଲେ ପୂର୍ବର ସବୁ ରେକର୍ଡ ଭାଙ୍ଗିଦେବ ମୋଦି ସୁନାମୀ। ନ୍ୟୁଜ୍18 ଓପିନିଅନ ପୋଲ୍ ଅନୁଯାୟୀ ଲୋକସଭାର ମୋଟ୍ 543 ଆସନରୁ ଏନଡିଏ 411 ସିଟ୍ ହାସଲ କରିପାରେ। ଯେଉଁଥିରେ ଏକାକୀ ବିଜେପି 350 ଆସନ ସହ କେରର୍ଡ ସୃଷ୍ଟି କରିବ ବୋଲି ଦର୍ଶାଯାଇଛି। ବିରୋଧୀ ଇଣ୍ଡି ଆଲାଏନ୍ସକୁ ମାତ୍ର 105ଟି ଆସନ ମିଳିବା ନେଇ ଜନମତ ସର୍ଭେରେ କରାଯାଇଛି ପୂର୍ବାନୁମାନ। ଏହି ସର୍ଭେରେ ଏନଡିଏକୁ 48 ପ୍ରତିଶତ ଏବଂ ଇଣ୍ଡି-ଆଲାଏନ୍ସ 32 ପ୍ରତିଶତ ଭୋଟ୍ ମିଳିବା ନେଇ ଆକଳନ କରାଯାଇଛି।

ଏହାପୂର୍ବରୁ ଫେବ୍ରୁଆରିରେ ଇଣ୍ଡିଆ ଟୁଡେ ସି ଭୋଟର ପକ୍ଷରୁ କରାଯାଇଥିବା ମୁଡ୍ ଅଫ ଦ ନେସନ ସର୍ଭେରେ ମଧ୍ୟ ଏନଡିଏକୁ ବହୁମତ ମିଳିଥିବା ନେଇ ପୂର୍ବାନୁମାନ କରାଯାଇଥିଲା। ଇଣ୍ଡିଆଟୁଡେ ସର୍ଭେ ଅନୁଯାୟୀ ଏନଡିଏକୁ ଲୋକସଭା ନିର୍ବାଚନରେ 335 ଆସନ ମିଳିପାରେ। ଯେଉଁଥିରେ ଏକାକୀ ବିଜେପିକୁ 304 ଆସନ ମିଳିବ ବୋଲି କହୁଛି ମୁଡ୍ ଅଫ୍ ଦ ନେସନ୍ ସର୍ଭେ। ଅପରପକ୍ଷରେ ଇଣ୍ଡି ଆଲାଏନ୍ସ ମାତ୍ର 166 ଆସନରେ ସୀମିତ ରହିବ ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି। ଆଉ ଯଦି ଭୋଟ୍ ପ୍ରତିଶତ ଦେଖାଯାଏ ଇଣ୍ଡିଆ ଟୁଡେ ସର୍ଭେ ଅନୁଯାୟୀ ଏନଡିଏକୁ 45 ପ୍ରତିଶତ ଭୋଟ୍ ମିଳିବାକୁ ଥିବାବେଳେ ଇଣ୍ଡି ଆଲାଏନ୍ସକୁ 38 ପ୍ରତିଶତ ଭୋଟ୍ ମିଳିପାରେ।

ସେହିପରି ଟାଇମ୍ସ ନାଓ ଇଟିଜି ପକ୍ଷରୁ କରାଯାଇଥିବା ଜନମତ ସର୍ଭେରେ ଏନଡିଏକୁ 358ରୁ 398 ଆସନ ମିଳିବା ନେଇ ଦର୍ଶାଯାଇଥିବା ବେଳେ ଇଣ୍ଡି ଆଲାଏନ୍ସ ମିଳିପାରେ 110ରୁ 130ଟି ଆସନ। ଯେଉଁଥିରେ ଏନଡିଏକୁ ରେକର୍ଡ 52 ପ୍ରତିଶତ ଏବଂ ଇଣ୍ଡି ଆଲାଏନ୍ସକୁ 42 ପ୍ରତିଶତ ଭୋଟ୍  ମିଳିପାରେ ବୋଲି କରାଯାଇଛି ପୂର୍ବାନୁମାନ।

ଜି ନ୍ୟୁଜ୍ ମାର୍ଟିଜ୍ ପକ୍ଷରୁ ଫେବ୍ରୁଆରୀରେ କରାଯାଇଥିଲା ଜନମତ ସର୍ଭେ। ଯେଉଁଥିରେ ଏନଡିଏକୁ 43.6 ପ୍ରତିଶତ ଭୋଟ୍ ସହ 377 ଆସନ ମିଳିପାରେ ବୋଲି କରାଯାଇଥିଲା ପୂର୍ବାନୁମାନ। ସେହିପରି ଇଣ୍ଡି ଆଲାଏନ୍ସ 27.7 ପ୍ରତିଶତ ଭୋଟ୍ ସହ ମାତ୍ର 93 ଆସନରେ ସୀମିତ ରହିବ ବୋଲି ଜି ନ୍ୟୁଜ୍ ମାର୍ଟିଜ୍ ପୂର୍ବାନୁମାନ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟେପଟେ ଏନଡିଏ 4 ଶହ ଆସନ ପାର୍ ମିଶନ ସହ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ ଏପଟେ ଯୁଦ୍ଧ ପୂର୍ବରୁ ଅସ୍ତ୍ର ତ୍ୟାଗ କରିଦେଇଛି କଂଗ୍ରେସ। ପରୋକ୍ଷରେ ତୃତୀୟ ଥର ପାଇଁ ଏନଡିଏ ସରକାର ଦେଶରେ ବନିବାକୁ ଯାଉଥିବା ଏକପ୍ରକାଶ ସ୍ବୀକାର କରିନେଇଛି ଦଳ। କଂଗ୍ରେସ ନେତା ଓ କର୍ମୀଙ୍କ ବୟାନରୁ ସ୍ପଷ୍ଟ ହୋଇଯାଉଛି ଦଳର ହତାଶା।

ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେକ ସଭାରେ ଅଧିକରୁ ଅଧିକ ଭୋଟ ଦାନ କରିବା ନେଇ ପ୍ରୋତ୍ସାହିତ କରୁଥିବା ବେଳେ କଂଗ୍ରେସ ଏପରି ବୟାନ ଦେଇ ପରୋକ୍ଷରେ ଭୋଟରଙ୍କୁ ନିରୁତ୍ସାହିତ କରୁନି କି। କଂଗ୍ରସର ଏପରି କାର୍ଯ୍ୟ ଅଗଣତାନ୍ତ୍ରିକ ନୁହେଁ କି ? 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus Whatsapp Channel Mobile Top
Sponsored
Modi's popularity skyrocketed before the election date was announced | Argus News