ଲାଲୁ କହିଥିଲେ ମୋଦିଙ୍କ ନାହିଁ ପରିବାର

ନୂଆଦିଲ୍ଲୀ : ପରିବାର ପ୍ରସଙ୍ଗରେ ଲାଲୁଙ୍କୁ ମୋଦିଙ୍କ ପଲଟବାର। କହିଲେ 140 କୋଟି ଭାରତୀୟ ମୋ ପରିବାର। ପିଏମଙ୍କ ନାରା ବନିଲା ବିଜେପି ନେତାଙ୍କ ପରିଚୟ। ସୋସିଆଲ ମେଡିଆରେ ନେତାଙ୍କ ବାୟୋରେ ଆମେ ମୋଦିଙ୍କ ପରିବାର॥ ଚୌକିଦାର ଚୋର କହି ସେବେ ଫସିଥିଲେ ରାହୁଲ। ଏବେ ମୋଦିଙ୍କ ପରିବାର ନାହିଁ କହି ହରଡଘଣାରେ ପଡିବ କି ଇଣ୍ଡି ଆଲାଏନ୍ସ ? ଏଥିସହ ମେ ହୁଁ ମୋଦି କା ପରିବାର ନାରା ଦେଇ 24 ଯୁଦ୍ଦର ଅମୋଘ ଅସ୍ତ୍ର ଛାଡିଛନ୍ତି ମୋଦି। ମୋଦିଙ୍କ ଏ ନାରା ସୋସିଆଲ ମେଡିଆରେ ବନିଛି ବିଜେପି ନେତାଙ୍କ ନାରା.. ଗୃହ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ସଭାପତି, କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ସୋସିଆଲ ମେଡିଆ ଆକାଉଣ୍ଟରେ ନିଜ ନାଁ ସହ ଲେଖିଛନ୍ତି ମୋଦି କା ପରିବାରର ବାର୍ତ୍ତା।
ପ୍ରଧାନମନ୍ତ୍ରୀଙ୍କୁ ଅପମାନର ପ୍ରତିଶୋଧ ଲୋକେ ନେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ 2019 ନିର୍ବାଚନ ପୂର୍ବରୁ ନିଜକୁ ଦେଶର ଚୌକିଦାର କହୁଥିଲେ ମୋଦି। ସେତେବେଳେ ଏହାକୁ କଟାକ୍ଷ କରି ରାହୁଲ କହିଥିଲେ ଚୌକିଦାର ଚୌର ହେ। ପରେ ବିଜେପିର ତମାମ ନେତା , ମେ ଭି ଚୌକିଦାର ନାରାକୁ ନିଜ ସୋସିଆଲ ମେଡିଆ ଆକାଉଣ୍ଟରେ ସ୍ଥାନିତ କରିଥିଲେ।
ଦେଶର ତମାମ ଚୌକିଦ୍ବାରଙ୍କ ପାଇଁ ଏ ଥିଲା ସମ୍ମାନର ପ୍ରଶ୍ନ। ମେ ଭି ଚୌକିଦାର ନାରା ଛାଇ ଯାଇଥିଲା ସୋସିଆଲ ମେଡିଆରେ ...ଚୌକିଦାରକୁ ଚୋର କହି ଅଡୁଆରେ ପଡିଥିଲେ ରାହୁଲ.॥ ରାହୁଲଙ୍କୁ ପଲଟୱାର କରି ମୋଦି କହିଥିଲେ ଚୌକିଦ୍ବାର ଥିବା ପର୍ଯ୍ୟନ୍ତ ଆପଣଙ୍କ ସଂପତ୍ତି ହୋଇପାରିବନି ଲୁଟ... ଦେଶର ବିଭିନ୍ନ ସ୍ଥାନରେ ମେ ଭି ଚୌକିଦାର ନାଁରେ ଆୟୋଜନ ହୋଇଥିଲା ସଭା॥ ସେବେ ରାହୁଲଙ୍କ ବୟାନକୁ ନେଇ ବ୍ୟାକ ଫୁଟରେ ଥିଲା କଂଗ୍ରେସ.. 19 ନିର୍ବାଚନରେ କଂଗ୍ରେସର ସ୍ଥିତି ଦୟନୀୟ ହୋଇଥିଲା...ମାତ୍ର 52 ସିଟରେ ସିମୀତ ରହିଥିଲା କଂଗ୍ରେସ. .ଏବେ ରାହୁଲଙ୍କ ଉପସ୍ଥିତିରେ ଇଣ୍ଡି ମେଣ୍ଟର ବରିଷ୍ଠ ନେତା ଲାଲୁ ଯାଦବଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ ପଡିବ କି ମେଣ୍ଟକୁ ମହଙ୍ଗା।