Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NDA ନେତା ନିର୍ବାଚିତ ହେବାପରେ ମୋଦିଙ୍କ ଅଭିଭାଷଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
NDA ନେତା ନିର୍ବାଚିତ ହେବାପରେ ମୋଦିଙ୍କ ଅଭିଭାଷଣ

ଅର୍ଗସ ବ୍ୟୁରୋ:  NDA ନେତା ନିର୍ବାଚିତ ହେବାପରେ ମୋଦିଙ୍କ ଅଭିଭାଷଣ । ସେ କହିଛନ୍ତି,  `ଏନଡିଏ ହେଲା ନ୍ୟୁ ଇଣ୍ଡିଆ, ଡେଭଲପ ଇଣ୍ଡିଆ, ଆସ୍ପିରେସନ ଇଣ୍ଡିଆ'।  ଏନଡିଏକୁ ଦେଶର 22 ରାଜ୍ୟରେ ସରକାର ଗଢ଼ିବାକୁ ଲୋକ ଅନୁମତି ଦେଇଛନ୍ତି'।`ଆମର ଏ ମେଣ୍ଟ ଅବିକଳ ଭାରତ ଆତ୍ମାର ପ୍ରତିଛବି'। ପ୍ରି ପୋଲ ଆଲିଆନ୍ସରେ ଏନଡିଏ ସଫଳ ହୋଇଛି'। `ସରକାର ଚଳାଇବା ପାଇଁ ବହୁମତ ଓ ଦେଶ ଚଳାଇବା ପାଇଁ ସର୍ବମତ ଆବଶ୍ୟକ'। `ରାଷ୍ଟ୍ର ପ୍ରଥମ ମୂଳ ଆଧାରରେ ଏହି ମେଣ୍ଟ ପ୍ରତିଷ୍ଠିତ'।

`ଏନଡିଏ `ଗୁଡ ଗଭର୍ଣ୍ଣାନ୍ସ' ପାଇଁ ପରିଚିତ '। `ଦେଶ ଏନଡିଏର ଗୁଡ ଗଭର୍ଣ୍ଣାନ୍ସର 10 ବର୍ଷ ଅନୁଭବ କରିଛି'।`ସଦନରେ ସବୁ ଦଳର ଜନପ୍ରତିନିଧି ମୋ ଦୃଷ୍ଟିରେ ସମାନ' ।  ଦକ୍ଷିଣ ଭାରତରେ ଏନଡିଏ ଏକ ନୂଆ ରାଜନୈତିକ ଭିତ୍ତିଭୂମିର ମୂଳଦୁଆ ରଖିଛି ।  ନିର୍ବାଚନ ହେଉଛି ଲୋକଙ୍କୁ ଯୋଡ଼ିବା ପାଇଁ, ଭାଙ୍ଗିବା ପାଇଁ ନୁହଁ । ଗତ 3ଟି ନିର୍ବାଚନରେ କଂଗ୍ରେସକୁ ଯେତିକି ସିଟ ମିଳିଛି ଏଥର BJPକୁ ତା'ଠୁ ଅଧିକ ମିଳିଛି। ଲୋକତନ୍ତ୍ର ଆମକୁ ସମସ୍ତଙ୍କୁ ସମ୍ମାନ ଜଣାଇବା ଶିଖାଏ । ଆଶା କରୁଛୁ ରାଷ୍ଟ୍ର ଭାବନା ନେଇ ବିରୋଧୀ ମଧ୍ୟ ସଦନରେ କାର୍ଯ୍ୟ କରିବେ।  ଏଥିସହ ମୋଦି କହିଛନ୍ତି ଦେଶ ବିକାଶର  ଇଞ୍ଜିନ ହେବ ଓଡ଼ିଶା । ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଦେଖାଯାଇଛି। ଓଡ଼ିଶାରେ ବିକାଶ ଦ୍ରୁତ ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's speech after being elected NDA leader | Argus News