Videos
|
National

ମୋଦିଙ୍କ ତୃତୀୟ ପାଳି ବିକଶିତ ଭାରତର ଭିତ୍ତିକୁ କରିବ ମଜବୁତ

Ritu Das
Browse all articles by Ritu Das
·2 years ago·1 min read
ମୋଦିଙ୍କ ତୃତୀୟ ପାଳି ବିକଶିତ ଭାରତର ଭିତ୍ତିକୁ କରିବ ମଜବୁତ

ଅର୍ଗସ ବ୍ୟୁରୋ: ଆଉ କେଇ ଘଣ୍ଟାର ଅପେକ୍ଷା। 24 ମହାଲଢ଼େଇର ଫୈସଲା ଜାଣିବାକୁ ସାରା ଦେଶ କରିଛି ପ୍ରତୀକ୍ଷା। କିନ୍ତୁ ତା ପୂର୍ବରୁ ତୃତୀୟ ପାଳିର କାମ ଆରମ୍ଭ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ। ପୂର୍ବ ଯୋଜନା ମୁତାବକ ଅଫିସରଙ୍କ ସହ ମାରାଥନ୍ ମିଟିଂ କରିଛନ୍ତି ପିଏମ୍ ମୋଦି। ତୃତୀୟ ପାଳିର ପ୍ରଥମ 100 ଦିନ ପାଇଁ ଥିବା ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ଦିଗରେ କରିଛନ୍ତି ଜୋରଦାର ମନ୍ଥନ।

ସବୁ ଏକଜିଟ୍ ପୋଲ୍ ଅନୁସାରେ ଦେଶରେ ପୁଣି ଆସୁଛନ୍ତି ମୋଦି ସରକାର। 5 ବର୍ଷ ପାଇଁ ପୁଣି ଥରେ ମୋଦିଙ୍କ ହାତରେ ଦାୟିତ୍ବ ଦେଇଛନ୍ତି ଦେଶବାସୀ। ଆଉ ଅର୍ଥନୀତିରୁ ନେଇ ବିଦେଶନୀତି ଏହି 5 ବର୍ଷ ପାଇଁ ବହୁ ପୂର୍ବରୁ ନିଜ ଏଜେଣ୍ଡା ସ୍ପଷ୍ଟ କରିସାରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପାଞ୍ଚ ବର୍ଷରେ ଭାରତ ପାଲଟିବ ବିଶ୍ବର ତୃତୀୟ ବୃହତ୍ତ ଆର୍ଥିକ ମହାଶକ୍ତି। 

ମୋଦିଙ୍କ ଫୋକସରେ 2029 ନୁହେଁ 2047। ଦେଶ ସ୍ବାଧୀନତାର 100 ବର୍ଷ ପୂର୍ତ୍ତି ବେଳକୁ ଭାରତକୁ ବିକଶିତ କରିବାକୁ ସ୍ବପ୍ନ ଦେଖିଛନ୍ତି ନରେନ୍ଦ୍ର ମୋଦି। ଆଉ ଏହି ପାଞ୍ଚ ବର୍ଷରେ ମଜବୁତ୍ ହେବ ମୋଦିଙ୍କ ବିକଶିତ ଭାରତର ଭିତ୍ତି। 

ଦେଶରେ UCC ବା ସମାନ ନାଗରିକ ସଂହିତା ଲାଗୁ କରିବା ହେଉ କି ଏକ ଦେଶ ଏକ ନିର୍ବାଚନ ନୀତି। ଏ ସବୁ ଦିଗରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇସାରିଛନ୍ତି ମୋଦି ସରକାର। ଆଶା କରାଯାଉଛି ଆଗାମୀ 5 ବର୍ଷ ଭିତରେ ଦେଶରେ ଏହି ଗୁରୁତ୍ବପୂର୍ଣ୍ଣ ନିୟମ ଲାଗୁ ହେଉଥିବା ଦେଖିବେ ଦେଶବାସୀ।
କୃଷିରୁ ନେଇ ଶିଳ୍ପ, କ୍ରୀଡ଼ାରୁ ନେଇ ପର୍ଯ୍ୟଟନ ଓ ଅକ୍ଷୟ ଶକ୍ତି ସବୁ କ୍ଷେତ୍ରରେ ଭାରତ ଆଗାମୀ ପାଞ୍ଚ ବର୍ଷରେ ଶୀର୍ଷ ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ଦେଇଛନ୍ତି ମୋଦି ଗ୍ୟାରେଣ୍ଟି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର