କତାର ଗସ୍ତରେ ମୋଦି , ଭାରତ- କତାର ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହେବା ସମ୍ଭାବନା

ନୂଆଦିଲ୍ଲୀ: କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଦୁଇ ଦିନିଆ ୟୁଏଇ ଗସ୍ତ ପରେ ବୁଧବାର ଅପରାହ୍ନରେ କତାର ରାଜଧାନୀ ଦୋହାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଦୋହା ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ କତାର ଅମୀର ଶେଖ ତାମିମ ବିନ ହମାଦ ଏବଂ ସୁଲତାନ ବିନ ସାଦ୍ ଅଲ-ମୁରାଇଖି । ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାରର ପହଞ୍ଚିବା ପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଭାରତ- କତାର ମଧ୍ୟରେ ସାମରିକ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଥିବା ଏକ୍ସ ପୋଷ୍ଟରେ ଲେଖିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ।
2014 ପରଠାରୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କତାର ଗସ୍ତ କରିଛନ୍ତି । ଭାରତ ଓ କତାର ମଧ୍ୟରେ ଏବେ 20 ବିଲିୟନ ଡଲାରର ବ୍ୟବସାୟିକ କାରବାର ଚାଲିଥିବାବେଳେ ସମ୍ପର୍କ ଆହୁରି ଦୃଢ଼ ହେବା ସମ୍ଭାବନା ରହିଛି । 3 ଦିନ ପୂର୍ବରୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ କତାରରେ ମୃତ୍ୟୁଦଣ୍ଡ ପାଇଥିବା ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କୁ ମୁକ୍ତ କରିଥିଲେ କତାର ଅମୀର । ଯାହାକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଜାରି ରହିଛି ।
ଅଧିକ ପଢନ୍ତୁ ଭାରତ ଖବର