Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗରିବ କଲ୍ୟାଣ ବିରୋଧୀଙ୍କୁ ମୋଦିଙ୍କ ଚେତାବନୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗରିବ କଲ୍ୟାଣ ବିରୋଧୀଙ୍କୁ ମୋଦିଙ୍କ ଚେତାବନୀ

ଅର୍ଗସ ବ୍ୟୁରୋ: ବିଜୟ ମଞ୍ଚରୁ ବିରୋଧୀଙ୍କୁ ଚେତାବନୀ । କେନ୍ଦ୍ରର ଗରିବ କଲ୍ୟାଣ ଯୋଜନାର ବାଟ ଓଗାଳିଲେ ଲୋକେ ସଫା କରିଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଚେତାବନୀ ପରେ ସରଗରମ ରାଜ୍ୟ ରାଜନୀତି ।ଆୟୁଷ୍ମାନ ଓ ପିଏମଶ୍ରୀ ଯୋଜନା ରାଜ୍ୟ ସରକାର ଓଡିଶାରେ ଲାଗୁ ନ କରିବାକୁ ନେଇ ବର୍ଷିଛି ବିଜେପି । ରାଜ୍ୟ ସଭାପତି କହିଛନ୍ତି କେନ୍ଦ୍ର ହାତ ଖୋଲି ରାଜ୍ୟକୁ ପଇସା ଦେଇଛି, କିନ୍ତୁ ୨ ରାଜ୍ୟ ସରକାର ଠିକ ଭବେ ବିନିଯୋଗ କରିନାହାନ୍ତି, ଯାହାର ଫଳ କଂଗ୍ରେସ ପାଇଛି ଆଗକୁ ଠିକ୍ ସମାନ ଦଶା ବିଜେଡି ବି ଭୋଗିବ । ୨୦୨୪ରେ ଓଡିଶା ରାଜନୀତି U Turn ନେବା ସହ ଲୋକେ  ମୋଦି ଗ୍ୟାରେଣ୍ଟି ପାଇବେ ବୋଲି କହିଛନ୍ତି ମନମୋହନ ସାମଲ । ଯାହାର ଜବାବ ରଖିଛି ବିଜେଡି ।

ଆୟୁଷ୍ମାନ ଯୋଜନା ଲାଗୁ କରି ଲୋକଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା ଦେବାକୁ ବାରମ୍ବାର ଅନୁରୋଧ କରୁଛନ୍ତି କେନ୍ଦ୍ର ସରକାର.. ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଭଲ ବୋଲି ରାଜ୍ୟ ସରକାର ଗରିବଙ୍କ ସ୍ବାସ୍ଥ୍ୟ ସୁବିଧା ଆଗରେ ଓଗାଳିଛନ୍ତି ବାଟ। ସେହିପରି ପିଏମଶ୍ରୀ ଲାଗୁ ପାଇଁ ତିନି ତିନି ଥର କେନ୍ଦ୍ର  ଶିକ୍ଷା ମନ୍ତ୍ରୀ ଚିଠି ଲେଖିବା ପରେ ବି ଶୁଣୁନାହାଁନ୍ତି ରାଜ୍ୟ ସରକାର। ରାଜନୈତିକ ଫାଇଦା ଆଗରେ ବଳି ପଡୁଛି, ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନର ସମ୍ଭାବନା..ଆବାସ ଆବଣ୍ଟନରେ ଦୁର୍ନିତି ଓ ଅବହେଳା ଯୋଗୁ ଗରିବଙ୍କୁ ପକ୍କାଘର ସୁରକ୍ଷାରୁ ବଞ୍ଚିତ କରିଛନ୍ତି ସରକାର। ପ୍ରଶ୍ନ ମୋଦିଙ୍କ ଚେତାବନୀ ପରେ ସୁଧୁରିବେ କି ବିଜେଡି ସରକାର ? ନା ମୋଦିଙ୍କୁ ଶ୍ରେୟ ଚାଲିଯିବା ଭୟରେ ପୁଣି କରିବେ ଡାର୍ଟି ପଲିଟିକ୍ସ ?

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's warning to poor welfare opponents | Argus News