Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦ୍ୱିତୀୟ ପାଳିର ଶେଷ ମନ୍ କୀ ବାତରେ ମୋଦିଙ୍କ ମହିଳା କାର୍ଡ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦ୍ୱିତୀୟ ପାଳିର ଶେଷ ମନ୍ କୀ ବାତରେ ମୋଦିଙ୍କ ମହିଳା କାର୍ଡ
  • ଦ୍ୱିତୀୟ ପାଳିର ଶେଷ ମନ୍ କୀ ବାତରେ ମୋଦିଙ୍କ ମହିଳା କାର୍ଡ
  • ନିର୍ବାଚନ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ କୀ ବାତ୍
  • ମହିଳା ପ୍ରଶଂସା ଶବ୍ଦ ମାଧ୍ୟମରେ ମହିଳା ସମର୍ଥନର ବଡ଼ ସମ୍ଭାବନାର ସଙ୍କେତ ଦେଲେ ମୋଦି
  • ମୋଦିଙ୍କ ତୃତୀୟ ପାଳିର ବଡ଼ ଆଧାର ହେବେ କି ମହିଳା ?

ଅର୍ଗସ ବ୍ୟୁରୋ:  କର୍ପୋରେଟ୍ ଦୁନିଆକୁ ଛାଡି ଛେଳି ଚାଷ ମାଧ୍ୟମରେ ଆର୍ଥିକ ପ୍ରଗତି ଆଣିଥିବା ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ବିରେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଡ୍ରୋନ୍ ସାହାଯ୍ୟରେ ଚାଷ କ୍ଷେତ୍ରରେ ସଫଳତା ପାଇଥିବା ଉତ୍ତରପ୍ରଦେଶର ନମୋ ଡ୍ରୋନ୍ ଦିଦି ସୁନିତାଙ୍କ ଉଦାହରଣ ଦେଶବାସୀଙ୍କୁ ଦେଇଛନ୍ତି ପିଏମ୍ । ଜୈବିକ ଚାଷ ଓ ଜଳ ସଂରକ୍ଷଣ ପାଇଁ ମହାରାଷ୍ଟ୍ରର କଲ୍ୟାଣୀ ପ୍ରଫୁଲ୍ଲ ପାଟିଲଙ୍କ କାମକୁ ପ୍ରଶଂସା କରିଛନ୍ତି ମୋଦି ।

ସ୍ୱଚ୍ଛତା କ୍ଷେତ୍ରରେ ବି ମହିଳାଙ୍କ ଭଲ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପିଏମ୍ । ମନ୍ କୀ ବାତରେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦରେ ନାରୀ ଶକ୍ତି ଅଧିନିୟମ, ଉଜ୍ଜ୍ବଳା, ହର୍ ଘର୍ ଜଲ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ମିଶନରେ ପାଇଖାନା, ବେଟି ବଚାଓ-ବେଟି ପଢାଓ, ସୁକନ୍ୟା ସମୃଦ୍ଧି ମୋଦିଙ୍କ ପାଇଁ ତିଆରି କରିଛି ମହିଳା ସମର୍ଥନର ଅଭେଦ୍ୟ ଦୁର୍ଗ ।

10 ବର୍ଷ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଘେରା ପାଲଟିଛନ୍ତି ମହିଳା । ନିକଟରେ ଏମପି, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନରେ ହୋଇଛି ବିଜେପିର ବଡ ବିଜୟ । କଂଗ୍ରେସ ଶାସିତ ଛତିଶଗଡ଼ ଓ ରାଜସ୍ଥାନରେ ଆଣ୍ଟି-ଇନକମ୍ବାସି ଓ ମଧ୍ୟପ୍ରଦେଶରେ ବିଜେପି ପ୍ରୋ-ଇନକମ୍ବାସି ଭିତରେ ବିଜେପିର ନିର୍ବାଚନୀ ସଫଳତା ପଛରେ ଥିଲା ମୋଦିଙ୍କୁ ମହିଳାଙ୍କ ବଡ ସମର୍ଥନ । 24 ନିର୍ବାଚନରେ 400 ପାର୍ ମୋଦିଙ୍କ ବଡ଼ ଘୋଷଣା । ବଡ ଆତ୍ମବିଶ୍ବାସ ପଛରେ ମହିଳା ମାନଙ୍କର ବଡ ସମର୍ଥନ ଆଧାର କି ? ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Modi's women's card in the last Man Ki Baat of the second phase | Argus News