Mohan Bhagwat To Gen Z / ‘ଧର୍ମ କେବଳ ବୃଦ୍ଧାବସ୍ଥା ପାଇଁ ନୁହେଁ’,Gen Zଙ୍କୁ ମୋହନ ଭାଗବତଙ୍କ ବଡ଼ ସନ୍ଦେଶ
·39 mins ago·2 min read

Key Points
ଧର୍ମକୁ କେବଳ ବୃଦ୍ଧାବସ୍ଥା ସହ ଯୋଡ଼ି ଦେଖିବା ଠିକ୍ ନୁହେଁ
ଯୁବପିଢ଼ି ଧର୍ମ ଉପରେ ଆଲୋଚନା କରୁଥିବା ଦେଖି ସେ ଖୁସି
RSS ସରସଂଘ ଚାଳକ ମୋହନ ଭାଗବତଙ୍କ ବାର୍ତ୍ତା
ଉଜ୍ଜୈନରେ ‘ଯୁବ ଧର୍ମ ସଂସଦ’ରେ ଯୋଗଦେଇ ସେ ଏହା କହିଛନ୍ତି

ଉଜୈନ୍ନ,୧୮/୦୯: ଧର୍ମକୁ କେବଳ ବୃଦ୍ଧାବସ୍ଥା ସହ ଯୋଡ଼ି ଦେଖିବା ଠିକ୍ ନୁହେଁ । ଯୁବପିଢ଼ି ଧର୍ମ ଉପରେ ଆଲୋଚନା କରୁଥିବା ଦେଖି ସେ ଖୁସି ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ଯୁବପିଢ଼ି ଓ ଧର୍ମକୁ ନେଇ ମୋହନ ଭାଗବତ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ଶୁକ୍ରବାର ଉଜ୍ଜୈନରେ ଆୟୋଜିତ ‘ଯୁବ ଧର୍ମ ସଂସଦ’ରେ ଯୋଗଦେଇ ସେ ଏହା କହିଛନ୍ତି।
ଭାଗବତ କହିଛନ୍ତି, ଧର୍ମ ବିଷୟରେ ଆଲୋଚନା ହେଲେ ଏହାକୁ ଅନେକ ସମୟରେ ବୃଦ୍ଧାବସ୍ଥା ସହ ଯୋଡ଼ି ଦିଆଯାଏ। ଗୀତା ଓ ରାମାୟଣକୁ ଅବସର ପରେ ପଢ଼ିବାର ବିଷୟ ଭାବେ ଦେଖାଯାଏ। କିନ୍ତୁ ତାଙ୍କ ମତରେ, ଧର୍ମ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଣିଷ ସହ ଜଡ଼ିତ ରହିଥାଏ। ଧର୍ମକୁ ସେ ଏକ ଏଭଳି ଧାରଣା ଭାବେ ବର୍ଣ୍ଣନା କରିଛନ୍ତି, ଯାହାକୁ ବୁଝିବା ପାଇଁ ଜୀବନସାରା ଅନୁସନ୍ଧାନ ଆବଶ୍ୟକ। ତାଙ୍କ କହିବା ଅନୁସାରେ, କୌଣସି ବିଷୟକୁ ବୁଝିବା ପୂର୍ବରୁ ନିଜ ମନରେ ଥିବା ପୂର୍ବଧାରଣାକୁ ଦୂର କରିବା ଆବଶ୍ୟକ।
‘ମଣିଷ ସବୁକିଛି ନିଜ ଇଚ୍ଛାରେ ଚଳାଇପାରେ ନାହିଁ’
ଭାଗବତ ମଣିଷର ଅହଂକାରକୁ ନେଇ ମଧ୍ୟ ମତ ରଖିଥିଲେ। ସେ କହିଥିଲେ, ମଣିଷ ଯେତେବେଳେ ଭାବେ ଯେ ସବୁକିଛି ତା'ର ନିୟନ୍ତ୍ରଣରେ ଏବଂ ତା'ର ଇଚ୍ଛା ଅନୁସାରେ ସବୁକିଛି ଘଟିବା ଉଚିତ, ସେତେବେଳେ ତା'ର ଭୁଲ ଧାରଣା ସୃଷ୍ଟି ହୁଏ। ପ୍ରକୃତିର ନିଜସ୍ୱ ନିୟମ ରହିଛି ବୋଲି ସେ ଉଦାହରଣ ଦେଇ କହିଥିଲେ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ମଣିଷର ବିଶ୍ୱାସ ଉପରେ ନିର୍ଭର କରେ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ।
ପଢନ୍ତୁ ଏହି ଖବର: କାନାଡ଼ାରେ RSSର ସରସଂଘଚାଳକ ମୋହନ ଭାଗବତ, ସେବା ଓ ଚରିତ୍ର ବଳରେ 'ବିଶ୍ୱଗୁରୁ' ବନିଛି ଭାରତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଧର୍ମ ଓ ‘ରିଲିଜିଅନ୍’କୁ ନେଇ ଭାଗବତଙ୍କ ମତ
ଧର୍ମନିରପେକ୍ଷତା ଓ ‘ଧର୍ମ’ ଶବ୍ଦର ଅର୍ଥକୁ ନେଇ ମଧ୍ୟ ଭାଗବତ ନିଜ ମତ ରଖିଥିଲେ। ତାଙ୍କ କହିବା ଅନୁସାରେ, ଭାରତୀୟ ପରିପ୍ରେକ୍ଷିତରେ ‘ଧର୍ମ’ ଶବ୍ଦର ଅର୍ଥକୁ କେବଳ ‘ରିଲିଜିଅନ୍’ ସହ ସମାନ କରି ଦେଖିବା ଠିକ୍ ନୁହେଁ। ସେ କହିଥିଲେ, ଭାଷା ଓ ଧାରଣାର ଭିନ୍ନତା କାରଣରୁ ‘ଧର୍ମ’ର ଅର୍ଥ ବୁଝିବାରେ ଅନେକ ସମୟରେ ଭୁଲ ବୁଝାମଣା ହୋଇଥାଏ। ଭାଗବତଙ୍କ ଏହି ଉଦ୍ବୋଧନରେ ଯୁବପିଢ଼ିକୁ ଧର୍ମ, ସଂସ୍କୃତି ଓ ଜୀବନମୂଲ୍ୟ ଉପରେ ଚିନ୍ତନ କରିବାକୁ ଆହ୍ୱାନ କରାଯାଇଥିବା ବେଳେ, ଯୁବ ଧର୍ମ ସଂସଦରେ ଏହି ବିଷୟଗୁଡ଼ିକ ଉପରେ ଆଗକୁ ମଧ୍ୟ ଆଲୋଚନା ଜାରି ରହିବ।
ଉଜ୍ଜୈନରେ ଚାଲିଥିବା ତିନିଦିନିଆ ଯୁବ ଧର୍ମ ସଂସଦରେ ବିଭିନ୍ନ ରାଜ୍ୟରୁ ଯୁବ, ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରତିନିଧି ଯୋଗ ଦେଇଛନ୍ତି। ଧର୍ମ, ଭାରତୀୟ ସଂସ୍କୃତି, ଜ୍ଞାନ ପରମ୍ପରା, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱ ଭଳି ବିଷୟ ଉପରେ ଏଠାରେ ଆଲୋଚନା ହେଉଛି।

Related Topics
Explore more stories