Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁଖ୍ୟମନ୍ତ୍ରୀ ବନିବା ପରେ ପ୍ରଥମଥର ନୂଆଦିଲ୍ଲୀ ଗସ୍ତରେ ମୋହନ ମାଝୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମୁଖ୍ୟମନ୍ତ୍ରୀ ବନିବା ପରେ ପ୍ରଥମଥର ନୂଆଦିଲ୍ଲୀ ଗସ୍ତରେ ମୋହନ ମାଝୀ

ଅର୍ଗସ ବ୍ୟୁରୋ: ଦାୟିତ୍ୱ ନେବା ପରେ ପ୍ରଥମ ଜାତୀୟ ରାଜଧାନୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଯୋଗ ଦେବାପାଇଁ ମହାମହିମଙ୍କୁ କରିଛନ୍ତି ଆନୁଷ୍ଠାନିକ ନିମନ୍ତ୍ରଣ। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ୧୦୦ ଦିନର ଯୋଜନା ଉପରେ କରିଛନ୍ତି ଆଲୋଚନା । ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଓଡିଶାକୁ ଏକ ନମ୍ବର ରାଜ୍ୟ କରାଯିବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନର ରହିଛି ଆବଶ୍ୟକତା । ବାରମ୍ବାର ଓଡ଼ିଶା ଗସ୍ତ କରି ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବେଶ ଅବଗତ ଅଛନ୍ତି ।

ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ଓଡିଶାର ବିକାଶକୁ ଦିଆଯାଇଥିଲା ପ୍ରାଥମିକତା। ଆଉ ଏବେ ଡବଲ ଇଂଜିନ ସରକାର ଆସିବା ପରେ ଦୌଡିବ ବିକାଶର ଗତି । ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି ୫ବର୍ଷ ନୁର୍ହେ ଦୀର୍ଘମିଆଦି ଯୋଜନା କରିଛି ବିଜେପି । ପ୍ରଚାରବେଳେ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ପ୍ରଧାନମନ୍ତ୍ରୀ କରିଥିଲେ ଘୋଷଣା । ଏଥିସହ ଚାଷୀ ଓ ଚାଷର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିଲେ । କଟନୀଛଟନୀ ବନ୍ଦ କରିବା ସହ ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କାକୁ ବୃଦ୍ଧି କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରଥମ କ୍ୟାବିନେଟ ବୈଠକର ଧାନର ଏମଏସପି ୧୧୭ଟଙ୍କା ବଢିବା ପରେ ଏବେ ଧାନର କ୍ବିଣ୍ଟାଲ ପିଛା ଦର ପହଞ୍ଚିଛି ୨୩ଶହ ଟଙ୍କାରେ ।

କିନ୍ତୁ ଓଡ଼ିଶାର ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ଆଉ ୮ଶହ ଟଙ୍କା ଅଧିକ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପ। ଏଥିପାଇଁ ଆବଶ୍ୟକ ଆର୍ଥିକ ସହାୟତା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ଅର୍ଥ ମନ୍ତ୍ରାଳୟ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ କୋଷ୍ଟାଲ ହାଇଓ୍ବେ ସମ୍ପର୍କରେ କଥା କରିଥିବା ସୂଚନା ମିଳିଛି ।ପିପୁଲସ ମୁଖ୍ରମନ୍ତ୍ରୀ ମୋହନ ଚରଣ ମାଝୀ ଦିଳ୍ଲୀ ଗସ୍ତରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Mohan Majhi visited New Delhi for the first time after becoming Chief Minister | Argus News