"ମା, ମୁଁ ଚିପ୍ସ ଚୋରି କରିନଥିଲି": ୧୨ ବର୍ଷର ଶିଶୁର ସୁଇସାଇଡ୍ ନୋଟ ଜବତ କଲା ପୋଲିସ

Key Points
କ୍ରିଶନେନ୍ଦୁ ଦାସ ନାମକ ୧୨ ବର୍ଷର ନାବାଳକ କରିଛି ଆତ୍ମହତ୍ୟା
ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲା ପନ୍ସୁକୁରାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କ୍ରିଶନେନ୍ଦୁ ଦାସ ନାମକ ୧୨ ବର୍ଷର ନାବାଳକ କରିଛି ଆତ୍ମହତ୍ୟା । ଚିପ୍ସ ପ୍ୟାକେଟ୍ ଚୋରି କରିବା ନେଇ ବିଚ୍ ରାସ୍ତାରେ ଅପମାନିତ ହେବା ଯୋଗୁଁ ନାବାଳକଟି ଏ ଚରମ ନିଷ୍ପତ୍ତି ନେଇଛି । ଗୁରୁବାର ସନ୍ଧ୍ୟାରେ ଗୋସାଇବର ବଜାରରେ ଥିବା ଏକ ଦୋକାନ ଭିତରକୁ ଯାଇଥିଲେ । ସେଠାରେ ଦୋକାନୀ ଜଣକ ପିଲାଟିର କଥା ନ ଶୁଣିବାରୁ, ସେ ଫେରିଆସୁଥିଲେ । ହେଲେ ସେ ପାଖରେ ଚିପ୍ସ ପ୍ୟାକେଟ ପଡ଼ିଥିବାର କ୍ରିଶନେନ୍ଦୁ ଦେଖି ଗୋଟାଇ ପକାଇଥିଲେ, ସେ ସମୟରେ ଦୋକାନୀ ଶୁଭଙ୍କର କ୍ରିଶନେନ୍ଦୁଙ୍କ ହାତରେ କୁରକୁରେ ଦେଖି ଜୋରରେ ପାଟି କରିବାକୁ ଲାଗିଲେ। କ୍ରିଶନେନ୍ଦୁ କୁରକୁରେ ଚୋରି କରୁଥିବା ଦୋକାନୀ କହିବା ପରେ ତାଙ୍କ ମା’କୁ ଡାକରା ପଡ଼ିଲା । ମା’ ଏକଥା ଶୁଣି ମା’ ଜୋରରେ ରାଗି କ୍ରିଶନେନ୍ଦୁଙ୍କୁ ମାଡ଼ ମାରିବା ସହ ତାଙ୍କୁ ଲୋକଙ୍କ ଆଗରେ ଗାଳି କଲେ ।
ପିଲାଟିର କଥା ଶୁଣିବାକୁ କେହି ନାରାଜ ଥିଲେ । ଯାହାପରେ ଘରକୁ ଫେରିବା ପରେ କ୍ରିଶନେନ୍ଦୁ ରୁମ୍ କବାଟ ବନ୍ଦ କରି ଦେଇଥିଲେ । କିଛି ସମୟ ପରେ ମା’ ଓ ପଡ଼ୋଶୀ କବାଟ ଭାଙ୍ଗି ରୁମ୍ ଭିତରେ ଦେଖିଲେ ତ, କ୍ରିଶନେନ୍ଦୁ ଅଚେତ ହୋଇ ତଳେ ପଡ଼ିଛନ୍ତି; ଆଉ ତାଙ୍କ ପାଖରେ ପଡ଼ିଥିଲା ଏକ କୀଟନାଶକ ବୋତଲ । ଆଖିରେ ଲୁହ ଭରିଦେଲା ପୁଅର ଶେଷ ଚିଠି। ମା’ ପାଖରେ ପହଞ୍ଚିଲାବେଳକୁ କ୍ରିଶନେନ୍ଦୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କ ପାଖରୁ ଏକ ଚିଠି ମିଳିଥିଲା, ଯାହା ବଙ୍ଗଳା ଭାଷାରେ ଲେଖାଯାଇଥିଲା । ଯେଉଁଥିରେ ଲେଖାଥିଲା, ମା… ମୁଁ ଚୋର ନୁହେଁ, ମୁଁ ଚୋରି କରିନାହିଁ । ମୁଁ ଦୋକାନରେ ଅଙ୍କଲଙ୍କୁ ବହୁତଥର ଡାକିଛି ; ହେଲେ ସେ ଶୁଣି ନ ଥିଲେ । ମୁଁ ଫେରିଆସିଲାବେକଳୁ ଗୋଟିଏ କୁରକୁରେ ପ୍ୟାକେଟ ପଡ଼ିଥିବାର ଦେଖିଲି, ଯାହାପରେ ମୁଁ ତାକୁ ଉଠେଇଥିଲି । ମୋତେ କୁରକୁରେ ବହୁତ ପସନ୍ଦ ମା'।
