Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରକାର ଆସିବ ଗରିବଙ୍କ ଟଙ୍କା ଫେରିବ :ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·2 years ago·1 min read
ସରକାର ଆସିବ ଗରିବଙ୍କ ଟଙ୍କା ଫେରିବ :ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଇଡି ଦ୍ୱାରା ଜବତ ହୋଇଥିବା ସମସ୍ତ ଟଙ୍କାକୁ ଆମ ସରକାର ଆସିଲେ ଗରିବ ଲୋକଙ୍କୁ ସବୁ ଟଙ୍କା ଫେରସ୍ତ କରାଯିବ ବୋଲ଼ି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସମସ୍ତ ଲୋକଙ୍କୁ ଜଣାଇବାକୁ ଯେ ସେ ଟଙ୍କା ଫେରସ୍ତ ପାଇଁ ଆଇନଗତ ବିକଳ୍ପ ସନ୍ଧାନ କରୁଛନ୍ତି। ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଇଡି ଦ୍ୱାରା ଜବତ କରାଯାଇଥିବା ଟଙ୍କା ଫେରସ୍ତ କରାଯିବ । ଇଡି ଦ୍ଵାରା ପ୍ରାୟ ୩୦୦୦ କୋଟି ଟଙ୍କା ଜବତ କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

ମୋଦୀ କହିଛନ୍ତି ଯେ ଏକ ନୂତନ ସରକାର ଗଠନ କରିବା ପରେ ସେ ଗରିବ ଲୋକଙ୍କୁ ଇଡି ଦ୍ୱାରା ମିଳିଥିବା ଅର୍ଥର ବିତରଣ ପାଇଁ ଆଇନ ଗଠନ ଉପରେ ନଜର ରଖିବେ।ମୁଁ ହୃଦୟରୁ ଭାବୁଛି କି ଯେ ଦୁର୍ନୀତି ସହ ଜଡିତ ଲୋକେ ସେମାନଙ୍କ ପଦବୀର ଅପବ୍ୟବହାର କରି ଗରିବଙ୍କ ଟଙ୍କା ଲୁଟିଛନ୍ତି । ଏହାକୁ ପୁଣି ସେମାନଙ୍କ ନିକଟକୁ ଫେରାଇ ଆଣିବା ସରକାରଙ୍କ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି। ଏଥିପାଇଁ ଯଦି ମୋତେ ଆଇନଗତ ପରିବର୍ତ୍ତନ କରିବାକୁ ପଡ଼ିବ ତେବେ ମୁଁ ତାହା କରିବି ଯେଉଁଟା ସମସ୍ତଙ୍କ ପାଇଁ ଭଲ ହେବ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
money-seized-by-ed-will-be-returned-to-the-poor-after-new-government-pm | Argus News