ରାମ ରାମ ଶୁଣି ନାଚିଲା ମାଙ୍କଡ..

ନୂଆଦିଲ୍ଲୀ: ହରେ କୃଷ୍ଣ ହରେ ରାମ ଶୁଣିବା ମାତ୍ରେ ନାଚିଛୁ ମାଙ୍କଡ଼ । ଦୃଶ୍ୟ ଦେଖିବା ପରେ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିବ ସେତିକି ଭକ୍ତିଭାବ ମନରେ ନିଶ୍ଚୟ ଜାଗ୍ରତ ହେଉଥିବ । କାରଣ ପ୍ରଭୁଙ୍କ ଶରଣରରେ ଯେତେବେଳେ ବାନର ଟିଏ ଆସେ ସେତେବେଳେ ଦୃଶ୍ୟ ଦେଖୁଥିବା ବ୍ୟକ୍ତି ମନରେ ମଧ୍ୟ ସମପରିମାଣରେ ଭକ୍ତିଭାବ ଜାଗ୍ରତ ହୁଏ । ଯାହା ଏହି ଦୃଶ୍ୟ ହିଁ ବୟାନ କରୁଛି । ଅବଶ୍ୟ ଭିଡିଓଟି କେଉଁ ନିର୍ଦ୍ଦିଷ୍ଟ ସ୍ଥାନର ସେନେଇ କୌଣସି ଠୋସ ପ୍ରମାଣ ମିଳିନାହିଁ ହେଲେ ସୋସିଆଲ ମିଡିଆରେ ଦୃଶ୍ୟଟି ବେଶ ଭାଇରାଲ ହେଉଛି । ଭଗବାନ କେଉଁ ରୂପରେ ଆସି ଦର୍ଶନ ଦେବେ ଏ କଥା କିଏ ଜାଣେ.. ଆମେ ଏହା ଇଥିପାଇଁ ପାଇଁ କହୁଛୁ ଆପଣ ଏ ଦୃଶ୍ୟକୁ ଦେଖିଲେ ବୁଝିପାରିବେ। ଭିଡିଓରେ ଦେଖୁଥିବା ମହିଳାଙ୍କ କୋଳରେ ମାଙ୍କଡ .. ମହିଳାଙ୍କ ପାଟିରୁ ହରେ କୃଷ୍ଣ ହରେ ରାମ ଶୁଣିଲା ମାତ୍ରେ ନାଚିଉଠୁଛି ।
Pata nahi kis roop mein aa kar Bhagwan aur Bhakt mil jaayenge 🙏🏻 pic.twitter.com/sIfWv55n1K
— Yo Yo Funny Singh (@moronhumor) August 27, 2024
ମହିଳା ଜଣଙ୍କ ଭଜନ ବୋଲୁଥିବାବଳେ ତାଙ୍କ ମୁହଁକୁ ଏକ ଲୟରେ ଅନେଇ ରହି ହରିନାମରେ ମଗ୍ନ ହୋଇଯାଉଛି ମାଙ୍କଡ। ଭିଡିଓରେ ମାଙ୍କଡ଼ଟି ଡେଇଁ ଡେଇଁ ନାଚିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡିଓରେ ମାଙ୍କଡର ଶୈଳିକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ଭିଡିଓଟି ଅଧିକ ରୁ ଅଧିକ ଭାଇରାଲ ହେଉଛି ଆଉ ସେୟାର ମଧ୍ୟ କରାଯାଉଛି। ତେବେ ଭିଡିଓ ଟି କେଉଁ ଏକ ରେଷ୍ଟୁରାଣ୍ଟର ଲାଗୁଛି। ଯେଉଁଠି ମହିଳା ଜଣଙ୍କ ଚେୟାରରେ ବସି ହରେ ରାମ । ହରେ କୃଷ୍ଣ ଭଜନ ଗାଉଛନ୍ତି। ଯାହାକୁ ଶୁଣି ମାଙ୍କଡଟି ମହିଳାଙ୍କ କାନ୍ଧରେ ନାଚି ଉଠୁଛି। ଏଥିସହିତ ମହିଳା ଜଣଙ୍କ ଶ୍ରୀରାମ ଜୟ ରାମ ଗାଇଲା ମାତ୍ରକେ ମୁଣ୍ଡ ହଲେଇ ହଲେଇ ମହିଳାଙ୍କ କୋଳକୁ ଡେଇଁ ପଡୁଛି। ନିକଟରେ ଠିଆ ହୋଇଥିବା ବ୍ୟକ୍ତି ଜଣ ମଧ୍ୟ ରାମଙ୍କ ଭଜନ ଉଚ୍ଚ ସ୍ୱରରେ ବୋଲିବା ଆରମ୍ଭ କରିବା କ୍ଷଣି ମାଙ୍କଡଟି ମହିଳାଙ୍କ କାନ୍ଦରେ ମୁଣ୍ଡକୁ ହଲାଇ ଖୁବ୍ ଜୋର୍ରେ ନାଚିବା ଆରମ୍ଭ କରୁଛି। ଏହି ଭିଡିଓଟି ସୋସିଆଲ ମିଡିଆ x' ରେ ପୋଷ୍ଟ ହେବା ପରେ ଖୁବ୍ ଜୋର୍ ରେ ଭାଇରାଲ ହେଉଛି। ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କ ଲେଖିଛନ୍ତି କେଏ ଜାଣି କେଉଁ ରୂପରେ ଭଗବନା ଆସି ତାଙ୍କ ଭକ୍ତଙ୍କୁ ଭେଟ କରନ୍ତି। ମାତ୍ର ୫୬ ସେକେଣ୍ଡର ଏହି ଭିଡିଓଟି ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର