Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶ୍ବ ଥରହର ଘାରିଛି ମଙ୍କିପକ୍ସ ଡର,ଜାରି ହେଲା ଗାଇଡଲାଇନ

National

ବିଶ୍ବ ଥରହର ଘାରିଛି ମଙ୍କିପକ୍ସ ଡର,ଜାରି ହେଲା ଗାଇଡଲାଇନ

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଶ୍ବ ଥରହର ଘାରିଛି ମଙ୍କିପକ୍ସ ଡର,ଜାରି ହେଲା ଗାଇଡଲାଇନ


ଅର୍ଗସ ବ୍ୟୁରୋ:ବିଶ୍ବକୁ ଡରାଉଛି ମଙ୍କିପକ୍ସ,ରଚୁଛି ଆତଙ୍କ,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା,ବ୍ୟାପିଲାଣି ୧୧୬ଟି ଦେଶ,୯୯ ହଜାର ଲୋକେ ହେଲେ ସଂକ୍ରମିତ,ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା। କରୋନା ମହାମାରୀ କବଳରୁ ସାରା ବିଶ୍ବ ନିକଟରେ ରକ୍ଷା ପାଇଥିବା ବେଳେ ଏବେ ପୁଣି ଡରାଇଲାଣି ମଙ୍କିପକ୍ସ। ଏନେଇ ସବୁ ଜିଲ୍ଲାରେ ଗାଇଡଲାଇନ ଜାରି କରାଯାଇଛି ବିମାନ ବନ୍ଦର ସହ ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ୍ ଜାରି କରାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।ଭାରତରେ ମଙ୍କି ପକ୍ସ ସଂଖ୍ୟ କମ୍ ରହିଥିଲେ ମଧ୍ୟ ବିଦେଶ ଭ୍ରମଣକାରୀଙ୍କ ଉପରେ ରଖାଯାଇଛି କଡ଼ା ନଜର। ମଙ୍କି ପକ୍ସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନମୁନା ପରୀକ୍ଷା ପାଇଁ କୁହାଯାଇଛି । ସମସ୍ତ ନମୁନା ଏମ୍ସ ଲାବୋରେଟୋରୀକୁ ପଠାଯିବ । ଲକ୍ଷଣ ଦେଖାଗଲେ ୨୧ ଦିନ ପାଇଁ ଆଇସୋଲେସନରେ ରଖାଯିବ । ସେହିପରି ରିପୋର୍ଟ ନେଗେଟିଭ୍ ଆସିଲେ ଛାଡ଼ି ଦିଆଯିବ। ମଙ୍କିପକ୍ସକୁ ବିଶ୍ୱ ମହାମାରୀ ଘୋଷଣା କରିଛି WHO ।ଆଫ୍ରିକାରେ କାୟା ବିସ୍ତାର କରିଥିବା ମଙ୍କିପକ୍ସ ଏବେ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି ।

ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଗତ ୯ ତାରିଖରେ ପ୍ରଥମ ମାମଲା ଆସିଥିଲା ଦିଲ୍ଲୀରୁ,ତା’ର ୯ ଦିନ ପରେ ଦ୍ୱିତୀୟ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଛି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ମଙ୍କିପକ୍ସ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ଦେଇଛନ୍ତି ପରାମର୍ଶ। ଅଗଷ୍ଟ ୧୪ ତାରିଖରେ ଡବ୍ଲୁଏଚଓ  ଏହାକୁ ନେଇ ଗ୍ଲୋବାଲି ଡିକ୍ଲେୟାର କରିସାରିଛି। ତେବେ ଏହାକୁ ଚିହ୍ନିବା ପାଇଁ ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ । ଦୀର୍ଘ ଦିନର ପରୀକ୍ଷା ନିରୀକ୍ଷା ପରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ଵାରା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ମିନିଟ ମଧ୍ୟରେ ଚିହ୍ନଟ କରିହେବ ,ଆଉ ସେ ବି ମାତ୍ର ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରି । ଆଇସିଏମଆରର ମୋହର ବାଜିଲା ପରେ ,ଖୁବ୍ ଶୀଘ୍ର ଜନ ସ୍ବାସ୍ଥ୍ୟ କାର୍ଯ୍ୟରେ ଏହି କିଟ୍ ବ୍ୟବାହର ହେବ । ଜ୍ୱର, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ଏହି ରୋଗରେ ପ୍ରଥମେ ଦେଖିବା ପାଇଁ ମିଳିଥାଏ । ଜ୍ୱର କମିଯିବା ପରେ ଶରୀରରେ ଘା ଦେଖାଯାଏ,ଯାହା ପ୍ରାୟତଃ ମୁହଁରୁ ଆରମ୍ଭ ହୋଇ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ। ୧୯୫୮ରେ ଡେନମାର୍କରେ ପ୍ରଥମେ ମାଙ୍କଡ଼ ଠାରେ ଚିହ୍ନଟ ମଙ୍କିପକ୍ସ ଭୂତାଣୁ ମୂଷା ଓ ଅନ୍ୟ ଛୋଟ ସ୍ତନ୍ୟପାୟୀ ଜୀବ ଶରୀରରେ ମଧ୍ୟ ମିଳିଥାଏ। ମଣିଷ ଠାରେ ଏହା ପ୍ରଥମେ ୧୯୭୦ରେ କଙ୍ଗୋରେ ଚିହ୍ନଟ ହୋଇଥିଲା। ପଶୁରୁ ପଶୁକୁ ଏବଂ ମଣିଷକୁ ବ୍ୟାପୁଥିବା ଏହି ସଂକ୍ରମଣ ଏବେ ମଣିଷଠୁ ମଣିଷକୁ ମଧ୍ୟ ଡେଉଁଛି। ସରକାରଙ୍କ ପକ୍ଷକୁ ଗାଇଡଲାଇନ ଜାରି ହେବା ସହ କରାଯାଇଛି ସଚେତନ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monkeypox scare has shaken the world, guidelines have been issued | Argus News