Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଙ୍କିପକ୍ସ ଭାଇରସ୍,ଓଡ଼ିଶାରେ ପ୍ରସ୍ତୁତ ହେଲା INSTANT TESTING KIT

Sangram Tripathy
Browse all articles by Sangram Tripathy
·1 year ago·2 min read
ମଙ୍କିପକ୍ସ ଭାଇରସ୍,ଓଡ଼ିଶାରେ ପ୍ରସ୍ତୁତ ହେଲା INSTANT TESTING KIT


ଅର୍ଗସ ବ୍ୟୁରୋ:ବିଶ୍ବକୁ ନୂଆ ବିପଦ,କରୋନା ପରେ ମଙ୍କିପକ୍ସ ଆତଙ୍କ,ଅନେକ ଦେଶର ଲୋକ ହେଲେଣି ସଂକ୍ରମିତ । କରୋନା ମହାମାରୀ କବଳରୁ ସାରା ବିଶ୍ବ ନିକଟରେ ରକ୍ଷା ପାଇଥିବା ବେଳେ ଏବେ ପୁଣି ଡରାଇଲାଣି ମଙ୍କିପକ୍ସ। ଅଗଷ୍ଟ ୧୪ ତାରିଖରେ ଡବ୍ଲୁଏଚଓ  ଏହାକୁ ନେଇ ଗ୍ଲୋବାଲି ଡିକ୍ଲେୟାର କରିସାରିଛି। ତେବେ ଏହାକୁ ଚିହ୍ନିବା ପାଇଁ ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ । ଦୀର୍ଘ ଦିନର ପରୀକ୍ଷା ନିରୀକ୍ଷା ପରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ଵାରା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ମିନିଟ ମଧ୍ୟରେ ଚିହ୍ନଟ କରିହେବ ,ଆଉ ସେ ବି ମାତ୍ର ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରି । ଆଇସିଏମଆରର ମୋହର ବାଜିଲା ପରେ ,ଖୁବ୍ ଶୀଘ୍ର ଜନ ସ୍ବାସ୍ଥ୍ୟ କାର୍ଯ୍ୟରେ ଏହି କିଟ୍ ବ୍ୟବାହର ହେବ । 

ବିଶ୍ୱର ଅନେକ ଦେଶର ଲୋକ ଏହି ରୋଗରେ ସଂକ୍ରମିତ ହେଲେଣି । ବ୍ରିଟେନ, ଆମେରିକା, ସିଙ୍ଗାପୁର, ଇଟାଲୀ, ସ୍ୱିଡେନ, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଏବଂ ପର୍ତୁଗାଲରେ ଏହି ଭାଇରସ୍ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଜ୍ୱର, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ଲକ୍ଷଣ ଏହି ରୋଗରେ ପ୍ରଥମେ ଦେଖିବା ପାଇଁ ମିଳିଥାଏ । ଜ୍ୱର କମିଯିବା ପରେ ଶରୀରରେ ଘା ଦେଖାଯାଏ,ଯାହା ପ୍ରାୟତଃ ମୁହଁରୁ ଆରମ୍ଭ ହୋଇ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ। ଆକ୍ରାନ୍ତ ବ୍ୟକ୍ତିକୁ ଚିହ୍ନଟ କରିବା ପାଇଁ ଯେଉଁ ଟେଷ୍ଟ ରହିଛି, ତାହା ଏକରୁ ଦୁଇ ଦିନ ଲାଗୁଥିବା ବେଳେ  ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ  ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ ଦ୍ଵାରା  ମାତ୍ର ଦଶରୁ ପନ୍ଦର ମିନିଟ୍ ମଧ୍ୟରେ ରୋଗ ନିରୂପଣ ହୋଇପାରିବ । ଦୂର ହେବ ଜନତାଙ୍କ ଚିନ୍ତା।

୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ପବ୍ଲିକ୍ ହେଲ୍‌ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି।୧୯୫୮ରେ ଡେନମାର୍କରେ ପ୍ରଥମେ ମାଙ୍କଡ଼ ଠାରେ ଚିହ୍ନଟ ମଙ୍କିପକ୍ସ ଭୂତାଣୁ ମୂଷା ଓ ଅନ୍ୟ ଛୋଟ ସ୍ତନ୍ୟପାୟୀ ଜୀବ ଶରୀରରେ ମଧ୍ୟ ମିଳିଥାଏ।ମଣିଷ ଠାରେ ଏହା ପ୍ରଥମେ ୧୯୭୦ରେ କଙ୍ଗୋରେ ଚିହ୍ନଟ ହୋଇଥିଲା। ପଶୁରୁ ପଶୁକୁ ଏବଂ ମଣିଷକୁ ବ୍ୟାପୁଥିବା ଏହି ସଂକ୍ରମଣ ଏବେ ମଣିଷଠୁ ମଣିଷକୁ ମଧ୍ୟ ଡେଉଁଛି। 

ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ ପରେ ମିଳିଛି ଆଶ୍ବସ୍ତି,ଆଇସିଏମଆରର ମୋହର ପରେ ଶସ୍ତାରେ ଘରେ ବସି ଲୋକେ କରିପାରିବେ ପରୀକ୍ଷା,ଜଣାପଡିବ ମଙ୍କିପକ୍ସ ଭାଇରସ ଦ୍ଗାରା କେତେ ଲୋକ ହୋଇଛନ୍ତି ସଂକ୍ରମିତ । ଯାହାଦ୍ବାରା ସବୁ ଶ୍ରେଣୀର ଲୋକେ ପାଇପାରିବେ ସୁବିଧା,ଦୂବ ହେବ ଚିନ୍ତା 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monkeypox virus INSTANT TESTING KIT developed in Odisha | Argus News