ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ଗ୍ରୀନ ସିଗନାଲ
·1 year ago·1 min read

ନୂଆଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଉଥିବା ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା 'ହୁ' ର ଅନୁମୋଦନ। ଏହି ସଂକ୍ରମଣକୁ ରୋକିବା ପାଇଁ ବିଶ୍ବ ସ୍ବସ୍ଥ୍ୟ ସଂଗଠନ (ହୁ) ଆମେରିମାରେ 'ଜୀନେଓସ' ନାମରେ ପରିଚିତ ବାଭାରିଆନ୍ ନୋର୍ଡିକର ଟିକାକୁ ଗ୍ରୀନ୍ ସିଗନାଲ ଦେଇଛି । ଏନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସସ୍।
ସୂଚନା ମୁତାବକ, ଏହି ଟିକାକୁ ସ୍ମଲପକ୍ସ ପୀଡିତ ରୋଗୀଙ୍କ ଠାରେ ବ୍ୟବହାର କରାଯିବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଏହି ଟିକା ଦୁଇ ଡୋଜରେ ନେଇପାରିବେ । ସଂକ୍ରମିତ ପରିସ୍ଥିରେ ଶିଶୁ ଓ କିଶୋରମାନଙ୍କୁ ଦିଆଯାଇପାରିବ । ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରମିତ ରୋଗ । ଏହି ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ନାଲି ଦାଗ ଓ ଫୋଟାକା ଭଳି ଫଳିଯାଏ । ଜ୍ବର , ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ । ଏକ୍ଷଣ ସବୁ ୨ରୁ ୫ ଦିନ ଭିତରେ ପର୍ଯ୍ୟନ୍ତ ଦେଖାଯାଏ ।
ଆହୁରି ପଢନ୍ତୁ ଭାରତ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: