୨ ମହଲା କୋଠାର ମାଲିକ ମାଙ୍କଡ

ଅର୍ଗସ ବ୍ୟୁରୋ: କୋଟିପତି ମାଙ୍କଡ। କଥାଟା ଶୁଣିବାକୁ ଅଜବ ଲାଗୁଛି ନା କିନ୍ତୁ ଏହା ସତ। କେବଳ ସେତିକି ନୁହେଁ, ମାଙ୍କଡ ନାଁରେ ରହିଛି ୨ ମହଲା ଘର। ଏଠି ମାଙ୍କଡକୁ ମିଳେ ରାଜାଙ୍କ ପରି ସମ୍ମାନ। ଏପରି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଧରଶିଭ ଜିଲ୍ଲାର ମାକାଡ୍କା ଉପଲା ଗାଁରେ। ଏହି ଗାଁରେ ରହୁଛନ୍ତି କୋଟିପତି ମାଙ୍କଡ। ଏହି ଗାଁର ଲୋକମାନେ ଏହି ମାଙ୍କଡକୁ ଉପହାର ଏବଂ ଭଲ ଭଲ ଜିନିଷ ଖାଇବାକୁ ମଧ୍ୟ ଦିଅନ୍ତି। ଆପଣ ଅନେକ କୋଟିପତିଙ୍କ ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ। କିନ୍ତୁ କୋଟିପତି ମାଙ୍କଡ କଥା ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ଏହାକୁ ନେଇ ଅନେକ ଲୋକକଥା ବି ରହିଛି। ଭଗବାନ ରାମଚନ୍ଦ୍ର ବନବାସ ସମୟରେ ଏହି ଉପାଲା ଗ୍ରାମକୁ ଆସିଥିଲେ।
ସେତେବେଳେ ତାଙ୍କ ସହିତ ଏକ ମାଙ୍କଡ ମଧ୍ୟ ଆସିଥିଲା ଏବଂ ମାଙ୍କଡ ଏଠାରେ ଦୀର୍ଘ ସମୟ ଧରି ରହିଥିଲା। ଆଉ ଏହା ପରଠୁ ଏଠାରେ ବଢ଼ିବାକୁ ଲାଗିଥିଲା ମାଙ୍କଡଙ୍କ ସଂଖ୍ୟା। କେବଳ ସେତିକି ନୁହେଁ, ଅନେକ ସମୟରେ ବିବାହ ସମାରୋହ ଆରମ୍ଭ ପୂର୍ବାରୁ ମାଙ୍କଡମାନଙ୍କୁ ସମ୍ମାନିତ କରାଯାଏ। ଗ୍ରାମବାସୀଙ୍କ କହିବା କଥା ହେଉଛି ମାଙ୍କଡ ମାନଙ୍କୁ ଏହି ଜମି କିଏ ଦେଇଛି ଏବଂ ତାଙ୍କ ନାଁରେ କିପରି ହେଲା ସେ ବିଷୟରେ କୌଣସି ସୂଚନା ନାହିଁ। ଏହି ଗାଁର ମାଙ୍କଡଙ୍କ ନାମରେ ୩୩ ଏକର ଜମି ଅଛି। ଉପଲା ଗ୍ରାମପଞ୍ଚାୟତର ଜମି ରେଜିଷ୍ଟର ଅନୁଯାୟୀ, ଗାଁର ୩୩ ଏକର ଜମି ସମସ୍ତ ମାଙ୍କଡଙ୍କ ନାଁରେ ରହିଛି। ମାଙ୍କଡ ମାନଙ୍କ ନାଁରେ ଥିବା ଏହି ଜମିରେ ଗ୍ରାମବାସୀମାନେ ଫଳ ଗଛ ଲଗାଉଛନ୍ତି। ଯାହା ଫଳରେ ମାଙ୍କହଙ୍କୁ ଖାଦ୍ୟର କୌଣସି ଅଭାବ ହେବନି।
ବର୍ତ୍ତମାନ ଗାଁରେ ପ୍ରାୟ ୧୦୦ଟି ମାଙ୍କଡ ଅଛନ୍ତି। ଛୋଟ ପିଲାମାନେ ଏଠାରେ ଖେଳୁଥିବେ, ମାଙ୍କଡମାନେ ସେମାନଙ୍କର କିଛି ବି କରନ୍ତି ନାହିଁ। ଲୋକେ ସେହି ବାଟ ଦେଇ ଯିବା ଆସିବା କରନ୍ତି, ଘରକୁ ଆସନ୍ତି ମାଙ୍କଡମାନେ ଖାଇବାକୁ ଲୋକେ ତାଙ୍କୁ ଖୁସିରେ ଖାଇବାକୁ ଦିଅନ୍ତି। ଏହାକୁ ଦେଖିବା ପରେ ମାଙ୍କଡ ଏବଂ ମଣିଷର ଏକ ସୁନ୍ଦର ସମ୍ପର୍କ ପରିଲକ୍ଷିତ ହୁଏ।
📱 Get Argus News App
✨
ଅଧିକ ପଢ଼ନ୍ତୁ ଦେଶ ଖବର: