ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ଗଲାଣି ୮୫ ଜୀବନ

Key Points
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ
ବାଦଲଫଟା ବର୍ଷା ସହ ପ୍ରବଳ ବର୍ଷା ଯୋଗୁଁ ମଣ୍ଡି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି
ବନ୍ୟାରେ ୮୫ଜଣଙ୍କ ମୃତ୍ୟୁ
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷା ସହ ପ୍ରବଳ ବର୍ଷା ଯୋଗୁଁ ମଣ୍ଡି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ମଣ୍ଡି ଜିଲ୍ଲାରେ ୧୭ଜଣଙ୍କ ମୃତ୍ୟୁ ହେବା ସହ ୩୫ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବାକୁ ଯୁଦ୍ଧକାଳୀନ ଅପରେସନ ଆରମ୍ଭ ହୋଇଛି । ଅନେକ ଲୋକ ବାସହରା ହୋଇପଡିଛନ୍ତି । ଆଶ୍ରୟସ୍ଥଳୀରେ ଶହ ଶହ ଲୋକ ଆଶ୍ରୟ ନେଇଛନ୍ତି । ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ବର୍ଷା ଓ ବନ୍ୟାରେ ୮୫ଜଣଙ୍କ ମୃତ୍ୟୁ ହୋଇଛି ।
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ମୌସୁମୀ ବର୍ଷା ବିତ୍ପାତ ଜନସାଧାରଣଙ୍କୁ ନାକେଦମ କରିଛି। ଦୁଇ ସପ୍ତାହ ଧରି ରାଜ୍ୟରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୮୫ ଜଣଙ୍କ ମୃତ୍ୟୁ ଘଟିସାରିଛି। ବନ୍ୟାଜଳରେ ଭାସିଯାଇ ଅନେକ ଲୋକ ନିଖୋଜ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
📱 Get Argus News App
✨ଏହା ସହିତ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାଜ୍ୟରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି। ବର୍ଷାରେ ରାଜ୍ୟର ମଣ୍ଡି ଜିଲା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ବହୁ ଘରଦ୍ଵାର ଭୁଶୁଡ଼ି ପଡ଼ିଛି। ଅନେକ ଗାଡ଼ିମୋଟର ମାଟିତଳେ ଦବିଯିବା ସହିତ ବନ୍ୟାଜଳରେ ଭାସିଯାଇଛି। ଏବେ ବି କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।