ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୩୬ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା

Key Points
ପାଣି ଘେରରେ ଶହ ଶହ ଜୀବନ
୨୨ଟି ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ
ମୌସୁମୀ ବର୍ଷାରେ ଉତ୍ତର-ପୂର୍ବ ରାଜ୍ୟରେ ଜଳ ପ୍ରଳୟ
ମୌସୁମୀ ବର୍ଷାରେ ଉତ୍ତର-ପୂର୍ବ ରାଜ୍ୟରେ ଜଳ ପ୍ରଳୟ । ଆସାମ, ମଣିପୁର ଓ ସିକ୍କିମରେ ପାଣି ଘେରରେ ଶହ ଶହ ଜୀବନ । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି । ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ । ୨୨ଟି ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଲକ୍ଷାଧିକ ଲୋକ ପ୍ରଭାବିତ । ବ୍ରହ୍ମପୁତ୍ର, ବରାକ ଓ ସୁବନସିରି ସମେତ ୧୫ଟି ନଦୀରେ ଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।
୩୧ ହଜାରରୁ ଅଧିକ ଲୋକ ୧୬୫ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ସେପଟେ ମଣିପୁରରେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟଚାଲିଛି । ସିକ୍କିମରେ ଭୂସ୍ଖଳନ ଘଟି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ସେନା କର୍ମଚାରୀ ନିଖୋଜ ହୋଇଛନ୍ତି । ଛାଟେନରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା କିଛି ଲୋକ ଓ ସେନା ଅଧିକାରୀଙ୍କୁ MI-17 V5 ହେଲିକପ୍ଟର ଦ୍ବାରା ଏୟାରଲିଫ୍ଟ କରାଯାଇଛି ।
📱 Get Argus News App
✨ବନ୍ୟା ସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଛନ୍ତି ପିଏମ୍ ।