Videos
|
National

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

Smruti Parija
Browse all articles by Smruti Parija
·1 year ago·1 min read
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

Key Points

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ

ସଂସଦରେ ଶୃଙ୍ଖଳିତ ଆଲୋଚନା ପାଇଁ ସରକାର ବିରୋଧୀଙ୍କୁ ଅନୁରୋଧ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ


ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ସରକାରଙ୍କ ନିମନ୍ତ୍ରଣରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ସଂସଦରେ ଶୃଙ୍ଖଳିତ ଆଲୋଚନା ପାଇଁ ସରକାର ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ଯୋଗ ଦେଇଥିଲେ ।


ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜଜୁ ଓ ତାଙ୍କ କନିଷ୍ଠ ମନ୍ତ୍ରୀ ଅର୍ଜୁନ ରାମ ମେଘାବାଲ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ। କଂଗ୍ରେସ ତରଫରୁ ଜୟରାମ ରମେଶ, ଗୌରବ ଗୋଗଇ, ଏନସିପି ତରଫରୁ ସୁପ୍ରିୟା ସୋଲେ, ଡିଏମକେ ତରଫରୁ ଟି.ଆର ବାଲୁ, ଆରପିଆଇ ତରଫରୁ ରାମଦାସ ଅଠାୱାଲେ ବୈଠକରେ ଭାଗ ନେଇଥିଲେ । ଆଗାମୀ ଅଧିବେଶନରେ ସରକାର ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମଣିପୁର ବିଧେୟକ, GST ସଂଶୋଧନ ବିଧେୟକ, ଜନ ବିଶ୍ବାସ ବିଧେୟକ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବିଧେୟକ, ଟ୍ୟାକ୍ସେସନ ଲ ସଂଶୋଧନ ବିଧେୟକ, ମାଇନ୍ସ ଆଣ୍ଡ ମିନେରାଲ୍ସ ବିଧେୟକ, IIM ସଂଶୋଧନ ବିଧେୟକ, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଧେୟକ, ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ବିଧେୟକ ପରି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହିତ ଆୟକର ବିଧେୟକ-2025, ଭାରତୀୟ ବନ୍ଦରଗାହ ବିଧେୟକ-2025, ମର୍ଚ୍ଚାଣ୍ଟ ସିପିଂ ବିଧେୟକ-2024, ଗୋଆ ଜନଜାତୀୟ ପ୍ରତିନିଧିତ୍ବ ପୁନର୍ଗଠନ ବିଧେୟକ -2024 ବିଲକୁ ଲୋକସଭାରେ ଉପସ୍ଥାପନ କରିପାରନ୍ତି ସରକାର।

monsoon-session-of-parliament-begins-tomorrow | Argus News