Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Monsoon Session / ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ନୂଆ ବିଲ୍ ଆଣିବାକୁ ସରକାରଙ୍କ ଲକ୍ଷ୍ୟ...

Rashmita Mishra
Browse all articles by Rashmita Mishra
·18 hours ago·2 min read
ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ନୂଆ ବିଲ୍ ଆଣିବାକୁ ସରକାରଙ୍କ ଲକ୍ଷ୍ୟ...
Monsoon Session

Key Points

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ...
ଆୟକର ସଂଶୋଧନ ସହ ନୂଆ ବିଲ୍ ଆଣିବାକୁ ସରକାରଙ୍କ ଲକ୍ଷ୍ୟ...
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ଓ MSME ସଂଶୋଧନ ବିଲ୍ ଉପରେ ମୋହର ବାଜିବା ସମ୍ଭାବନା...
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ ବେଶ୍ ସରଗରମ ହେବାକୁ ଯାଉଛି । ୧୮ତମ ଲୋକସଭାର ଅଷ୍ଟମ ଅଧିବେଶନରେ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ପ୍ରସ୍ତୁତି କରିଥିବା ବେଳେ, ବିରୋଧୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି ।

ମୌସୁମୀ ଅଧିବେଶନରେ ସରକାର ୫ଟି ନୂଆ ବିଲ୍ ଆଗତ କରିବା ସହ ୨ଟି ପେଣ୍ଡିଂ ବିଲ୍‌କୁ ପାସ୍ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିମଧ୍ୟରେ ଆୟକର ସଂଶୋଧନ ବିଲ୍ ଏବଂ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି ସମ୍ପର୍କିତ ବଡ଼ ବିଲ୍ ସାମିଲ ରହିଛି, ଯାହା ପୂର୍ବରୁ ଆସିଥିବା ଅଧ୍ୟାଦେଶ ବଦଳରେ ସ୍ଥାନ ପାଇବ ।

ଏହାଛଡ଼ା ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଏବଂ ଜାତୀୟ ସମ୍ମାନ ରକ୍ଷା ଭଳି ଜନସାଧାରଣଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ମଧ୍ୟ ଆଲୋଚନା ସମ୍ଭାବନା ରହିଛି । ଗୋଟିଏ ପଟେ ସରକାର ଗୁରୁତ୍ଵପୂର୍ଣ୍ଣ ବିଲ ପାସ କରାଇବାକୁ ଲକ୍ଷ୍ୟ ରଖିଥିବାବେଳେ ବିରୋଧୀ ଦଳ ପ୍ରସଙ୍ଗଭିତ୍ତିକ ଆଲୋଚନା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକକୁ ବୟକଟ କରିଥିଲେ ବିରୋଧୀ ।

ସେହିପରି ଚଳିତ ମୌସୁମୀ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ ବିଲ୍‌ ଆସିପାରେ । ପ୍ରିଭେନସନ ଅଫ ଇନସଲ୍ଟ ଟୁ ନ୍ୟାସନାଲ ଅନର ଆମେଣ୍ଡମେଣ୍ଟ ବିଲ୍ ଆସିପାରେ । ''ବନ୍ଦେ ମାତରମ୍" ଗାନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କଲେ ଦଣ୍ଡବିଧାନ ପାଇଁ ଏହି ବିଲ୍ ମାଧ୍ୟମରେ ୧୯୭୧ର ଆଇନରେ ସଂଶୋଧନ ହେବ ।

ଏହାସହ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍, ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଲ୍, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ ଆସିପାରେ । ସେହିପରି ସ୍ଥଗିତ ରଖାଯାଇଥିବା ବିଲ ମଧ୍ୟରେ ରହିଛି ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monsoon Session | Parliament Monsoon Session Begins Today, New Bills on Agenda | Argus News