କାଲି ଆଣ୍ଡାମାନ ଛୁଇଁବ ମୌସୁମୀ !

୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ । କାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୩ ରେ ଆଣ୍ଡାମାନ ଛୁଇଁବ #ମୌସୁମୀ !!
ଆସନ୍ତା #୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ର କିଛି ଅଞ୍ଚଳକୁ; ଦକ୍ଷିଣପଶ୍ଚିମ #ମୌସୁମୀବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ତିତି ସମ୍ପୂର୍ଣ ଅନୁକୂଳ ରହିଛି | pic.twitter.com/yXBnPwb2o1
📱 Get Argus News App
✨ସେପଟେ ରାଜ୍ୟରେ ଗତ କିଛି ଦିନ ଧରି ଅସହ୍ୟ ଗରମ କୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ଅସହ୍ୟ ତାତି ପ୍ରଵାହ ମଧ୍ୟରେ ମୌସୁମୀ ବାୟୁର ଆଗମନକୁ ନେଇ ମିଳିଛି ଆଶ୍ବସ୍ତି ।