24 ଘଣ୍ଟା ଭିତରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ
·1 year ago·1 min read

ଦକ୍ଷିଣ ପଶ୍ଚିମ ମୌସୁମୀ ଆଜି ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଭାରତ ପାଣିପାଗ ବିଭାଗ ଅନୁସାରେ ୩ କିମି ଉଚ୍ଚତା ପର୍ଯ୍ୟନ୍ତ ନିମ୍ନ ଟ୍ରପୋସ୍ଫେରିକ ସ୍ତରରେ ପଶ୍ଚିମ ବାୟୁ ପ୍ରାୟ ୨୦ ନଟ୍ସ ପର୍ଯ୍ୟନ୍ତ ତୀବ୍ର ହୋଇଛି, ଯାହା ମୌସୁମୀର ଆଗମନ ପାଇଁ ଅନୁକୂଳ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁବ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ରେ କେରଳ ପହଞ୍ଚିପାରେ ବୋଲି ପୂର୍ବରୁ ଭାରତ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚି ଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ଏହା ପ୍ରଥମ ଥର ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: