Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଗାମୀ ୪ରୁ ୫ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ

Ritu Das
Browse all articles by Ritu Das
·1 year ago·1 min read
ଆଗାମୀ ୪ରୁ ୫ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ

Key Points

ଖୁବ୍‌ଶୀଘ୍ର କେରଳ ଛୁଇଁବ ମୌସୁମୀ । ୪ରୁ ୫ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପାଣିପାଗ ଅନୁକୂଳ ରହିଛି

ଖୁବ୍‌ଶୀଘ୍ର କେରଳ ଛୁଇଁବ ମୌସୁମୀ । ୪ରୁ ୫ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପାଣିପାଗ ଅନୁକୂଳ ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । ସେ ଲେଖିଛନ୍ତି, କେରଳ ଛୁଇଁବ ମୌସୁମୀ !! ଆଗାମୀ ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଗତ ୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି।


୪ରୁ ୫ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ ବାୟୁ । ତେବେ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଚଳତବର୍ଷ ମୌସୁମୀ ବାୟୁ ସଅଳ ଆସିଛି । ଏବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍‌ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ଆଗୁଆ ଆସିବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
monsoon-winds-to-hit-kerala-in-next-4-5-days | Argus News