Videos
|
National

Heavy Rain Alert / ବିଳମ୍ବରେ ଫେରିବ ମୌସୁମୀ…୧୫ ରାଜ୍ୟରେ ପ୍ରବଳ ବର୍ଷା ଆଲର୍ଟ…ଦିଲ୍ଲୀ-NCRରେ ବଦଳିଲା ପାଗ

Ritu Das
Browse all articles by Ritu Das
·48 mins ago·2 min read
ବିଳମ୍ବରେ ଫେରିବ ମୌସୁମୀ…୧୫ ରାଜ୍ୟରେ ପ୍ରବଳ ବର୍ଷା ଆଲର୍ଟ…ଦିଲ୍ଲୀ-NCRରେ ବଦଳିଲା ପାଗ
India

Key Points

ମୌସୁମୀର ବିଦାୟ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପୁରା ପାଣିପାଗ ବଦଳିଯାଇଛି
ମୌସୁମୀର ବିଦାୟ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପୁରା ପାଣିପାଗ ବଦଳିଯାଇଛି। ୟୁପିରୁ ନେଇ ବିହାର ପର୍ଯ୍ୟନ୍ତ ସବୁଠି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି କରାଯାଇଛି। ତେବେ ଉତ୍ତରାଖଣ୍ଡ, ହିମାଚଳରେ ବରଫବର୍ଷା ସହ ଦିଲ୍ଲୀ-ଏନସିଆର, ହରିୟାଣା ସମେତ, ଉତ୍ତର ଏବଂ ପୂର୍ବଭାରତର ପ୍ରାୟ ସବୁ ରାଜ୍ୟରେ ପାଣିପାଗ ପରିବର୍ତ୍ତନ ହୋଇଛି। ଲଗାତାର ବର୍ଷା ହେବା କାରଣରୁ ମୌସୁମୀର ବିଦାୟ ପୂର୍ବରୁ ହାଲକା ଶୀତ ସାରା ରାଜ୍ୟରେ ଏଣ୍ଟ୍ରି କରିଛି। ରାତିରେ ପାଗ ଥଣ୍ଡା ଲାଗିବା ଅନୁଭୂତ ହେଲାଣି। ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମୁମ-କଶ୍ମୀରରେ ଆଜି ବର୍ଷା ସହ ତୁଷାରପାତ ହେବ ବୋଲି ଚେତାବନୀ ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD)ରୂ ସୂଚନା ଅନୁସାରେ ଆଜି ପୁରା ଦେଶର ୧୫ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ଆଉ ମଧ୍ୟ କହିଛି ଯେ, ଅକ୍ଟେବାର ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ପଶ୍ଚିବଙ୍ଗରେ ବିଳମ୍ବରେ ମୌସୁମୀ ବିଦାୟ ନେବ ବୋଲି ଜଣାପଡ଼ିଛି। ସେହିପରି କର୍ଣ୍ଣାଟକରେ ଆଜି ପ୍ରବଳ ବର୍ଷା ହେବ ବୋଲି ଆଲର୍ଟ ଜାରି କରାଯାଇଛି।
ଉତ୍ତରପ୍ରଦଶରେ ମଙ୍ଗଳବାର ପ୍ରବଳବର୍ଷା ଜାରି ରହିବ। ଲଗାତାର ୪ଦିନ ଧରି ବର୍ଷା ହେଉଥିବା କାରଣରୁ ୟୁପିରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ରହିଛି। ପୂର୍ବ ୟୁପିରୁ ନେଇ ପଶ୍ଚିମ ୟୁପି ପର୍ଯ୍ୟନ୍ତ ପାଣିପାଗ ସମ୍ପୂର୍ଣ୍ଣ ଭାବେ ବଦଳିଛି। ଆଉ ହାଲକା ଥଣ୍ଡା ପ୍ରବେଶ କରିଛି। ଆଜି ଦିନରେ ୩୦ରୁ ୪୦ କିମି ବେଗରେ ପବନ ପ୍ରତି ଘଣ୍ଟାରେ ବହିବା ସହ ଝଡ଼ ତୋଫାନର ସମ୍ଭାବନା ରହିଛି। ସେହିପରି ପ୍ରୟାଗରାଜ , କାନପୁର, ଉନ୍ନାଓ, ବାରାବାଙ୍କୀ, ଲକ୍ଷ୍ନୌ, ଆଗ୍ରା ସମେତ ୨୫ ଜିଲ୍ଲାରେ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି। ୟୁପିରେ ଲଗାଣ ବର୍ଷା ଯୋଗୁ ଗଙ୍ଗା ସମେତ ୮ରୁ ଅଧିକ ନଦୀ ବିପଦସଙ୍କେତ ଉପରେ ରହିଛି।

  • ଦିଲ୍ଲୀ-ଏନସିଆରରେ ପାଣିପାଗ

ଦିଲ୍ଲୀ-ଏନସିଆରରେ ପାଗ ସୁଖଦ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ବର୍ଷା ପରେ ତାପମାତ୍ରା ହ୍ରାସ ପାଇଛି, ଏବଂ ଏହି ଧାରା ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। ଆଜି ଦିନସାରା ଆକାଶ ମେଘୁଆ ରହିବ, ଏବଂ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭବ। ତାପମାତ୍ରା ୨୩ ରୁ ୩୩ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଦିଲ୍ଲୀରେ ସ୍ପଷ୍ଟ ଏବଂ ଶୁଖିଲା ପାଗ ଆଶା କରାଯାଉଛି।

  • ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନୂତନ ଲଘୁଚାପ କ୍ଷେତ୍ର ଯୋଗୁଁ, ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ଦୁର୍ଗା ପୂଜା ପୂର୍ବରୁ ପଶ୍ଚିମବଙ୍ଗରେ ନିରନ୍ତର ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିପାରେ। ଏହା ସହିତ, ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡରେ ମଧ୍ୟ ମୌସୁମୀ ସକ୍ରିୟ ଅଛି, ଯାହା ଆଗାମୀ କିଛି ଦିନ ପାଇଁ ପ୍ରବଳ ବର୍ଷା ଆଣିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଉତ୍ତରାଖଣ୍ଡରେ ଆଜି ତୁଷାରପାତ ଜାରି

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ବରଫବର୍ଷା ଜାରି ରହିବ। ପାଣିପାଗ ବିଭାଗ ଆଜି ଦେହରାଦୁନ, ଚମୋଲି, ନୈନିତାଲ, ଚମ୍ପାବତ, କେଦାରନାଥ, ରୁଦ୍ରପ୍ରୟାଗ, କର୍ଣ୍ଣପ୍ରୟାଗରେ ବର୍ଷା ସହ ଭୂସ୍ଖଳନର ଆଲର୍ଟ ଜାରି କରାଯାଇଛି। ଉତ୍ତରାଖଣ୍ଡରେ ପର୍ବତାରୋହୀ ମାନେ ପ୍ରବଳ ତୁଷାତପାତ ଯୋଗୁ ଫସି ରହିଛନ୍ତି। ଯେଉଁମାନଙ୍କୁ ଉଦ୍ଧାର କରିବାକୁ କାଲିଠୁ ରେସକ୍ୟୁ ଅପରେସନ ଚାଲିଛି।