Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତିନି ମାସରେ ମଲେଣି ୧୩୦ରୁ ଅଧିକ ମାଓବାଦୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ତିନି ମାସରେ ମଲେଣି ୧୩୦ରୁ ଅଧିକ ମାଓବାଦୀ

ସତ ହେଉଛି ସରକାରଙ୍କ ମିଶନ। ଶେଷ ନିଃଶ୍ବାସ ନେଉଛି ମାଓବାଦ। ଆଜି ଛତିଶଗଡ଼ ସୁକମା-ଦାନ୍ତେୱାଡ଼ା ସୀମାରେ ହୋଇଛି ବଡ଼ ମାଓ ଅପରେସନ। ଡିଆରଜି ଓ ସିଆରଏପିଏଫ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୧୭ ମାୱାଦୀ। କେରଲାପାଲ ଥାନା ଗୋଗୁଂଡ଼ା ଜଙ୍ଗଲରେ ୩୦ ରୁ ୪୦ ମାଓବାଦୀ ଲୁଚି ରହିଥିବା ସୂଚନା ପାଇ ଗତ କାଲିଠାରୁ ଆରମ୍ଭ ହୋଇଥିଲା ଏହି ମିଳିତ ଅପରେସନ।


ସୁକାମା ଏସପିଙ୍କ ନେତୃତ୍ଵରେ ଅଭିଯାନ ଚଳାଇଥିଲେ ଡିଆରଜି ଓ ସିଆରଏପିଏଫ ଯବାନ। ଏଥିରେ ୧୭ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅପରେସନର ସଫଳତା ପରେ ଯବାନଙ୍କୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି ଡିଆଇଜି କମଲ ଲୋଚନ କଶ୍ୟପ।


ଏହି ଅପରେସନରେ ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଜଗଦୀଶର ମଧ୍ୟ ମୃତ୍ୟୁ ହୋଇଛି । ଯାହା ମୁଣ୍ଡ ଉପରେ ରହିଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଝିରମ ଘାଟି ଘଣହତ୍ୟାକାଣ୍ଡର ମୁଖ୍ୟ ମାଷ୍ଟର ମାଇଣ୍ଡ ଥିଲା ଜଗଦୀଶ।


ସ୍ଥାନୀୟ ଜଙ୍ଗଲରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ୨ ଯବାନ ସାମାନ୍ୟ ଆହତ ହୋଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ୍ ପି କହିଛନ୍ତି, ଏହା ସୁକମା ଇତିହାସରେ ବଡ଼ ମାଓ ବିରୋଧୀ ଅପରେସନରେ ସବୁଠୁ ବଡ଼ ସଫଳତା। ଏବେ ସରକାରଙ୍କ ୨୦୨୬ ସଫଳତା ଆଡକୁ ଅଗ୍ରସର ହେଉଛନ୍ତି ସୁରକ୍ଷା ବାହିନୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଅପରେସନକୁ ନକ୍ସଲବାଦ ଉପରେ ଆଉ ଏକ ପ୍ରହାର ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଆହ୍ବାନ ଦେଇଛନ୍ତି - ହିଂସା ଓ ଅସ୍ତ୍ରଶସ୍ତ୍ର ନୁହେଁ, ବରଂ ଶାନ୍ତି ଓ ବିକାଶ ଆଣିବ ପରିବର୍ତ୍ତନ । ପିଏମ୍ ମୋଦିଙ୍କ ନେତୃତ୍ବରେ ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଦେଶରୁ ମାଓବାଦର ମୂଳୋତ୍ପାଟନ ପାଇଁ ଆମେ ଦୃଢ଼ ପ୍ରତିଶୃତିବଦ୍ଧ।


ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ର କନ୍ଦରା ଭଟାରେ ପୋଲିସ- ମାଓବାଦୀ ଗୁଳି ବିନିମୟ ଜାରି ରହିଛି । ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଜଙ୍ଗଲ ଭିତରେ ଚାଲିଛି କମ୍ବିଂ ଅପରେସନ୍ ।


ସୂଚନାଯୋଗ୍ୟ: ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ମୁକ୍ତ ଭାରତ ନେଇ ଅମିତ୍ ଶାହଙ୍କ ଆହ୍ବାନ ପରେ ଛତିଶଗଡ଼ରେ ଚାଲିଛି ଜୋରଦାର ମାଓବିରୋଧୀ ଅପରେସନ୍ । ଚଳିତ ମାସ ୨୦ ତାରିଖରେ ବିଜାପୁର-ଦାନ୍ତେଓ୍ବାଡା ସୀମା ରଙ୍ଗଲୁର ଓ କାଙ୍କେରରେ ହୋଇଥିବା ଏନକାଉଣ୍ଟରରେ ୩୦ ମାଓବାଦୀ ନିପାତ ହୋଇଥିବା ବେଳେ ଫେବ୍ରୁଆରୀ ୯ ତାରିଖରେ ବିଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ୩୧ ଜଣ, ୧ ତାରିଖରେ ବିଜାପୁରରେ ସୁରକ୍ଷାବାହିନୀଙ୍କ ଗୁଳିରେ ୮ ଜଣ, ୨୧ ଜାନୁଆରୀରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ୧୪ ଜଣ , ଜାନୁଆରୀ ୧୬ ତାରିଖରେ ବିଜାପୁରରେ ହୋଇଥିବା ଅପରେସନରେ ଟଳିଲେ ୧୮ ଜଣ ମାଓବାଦୀ ନିପାତ ହୋଇଥିଲେ। ଜାନୁଆରୀ ୨୯ ତାରିଖରେ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

Sponsored
More than 130 Maoists killed in three months | Argus News