Videos
|
National

ତୁର୍କୀଏ ବିମାନବନ୍ଦରରେ ଫସିଛନ୍ତି ୨୫୦ରୁ ଅଧିକ ଭାରତୀୟ, ୪୦ ଘଣ୍ଟା ହେଲା...

Sushanta Sahoo
Browse all articles by Sushanta Sahoo
·1 year ago·2 min read
ତୁର୍କୀଏ ବିମାନବନ୍ଦରରେ ଫସିଛନ୍ତି ୨୫୦ରୁ ଅଧିକ ଭାରତୀୟ, ୪୦ ଘଣ୍ଟା ହେଲା...

ଲଣ୍ଡନରୁ ମୁମ୍ବାଇ ଫେରୁଥିଲେ, ହେଲେ ତୁର୍କୀଏରେ ଫସିଗଲେ । ମେଡିକାଲ୍ ଏମରଜେନ୍ସି ପାଇଁ ବିମାନ ଓହ୍ଲାଇଥିଲା । ଦେଖୁ ଦେଖୁ ୪୦ ଘଣ୍ଟା ବିତିଥିବା ବେଳେ ଫେରୁ ପାରୁ ନାହାନ୍ତି ଯାତ୍ରୀ । ପ୍ରାୟ ୨୫୦ରୁ ଅଧିକ ଭାରତୀୟ ଯାତ୍ରା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଭର୍ଜିନ ଆଟଲାଣ୍ଟିକ ବିମାନରେ ଥିବା ଯାତୀ ୨ ଦିନ ହେଲାଣି ତୁର୍କୀଏର ଦିୟାରବାକିର ବିମାନବନ୍ଦରରେ ଫସି ରହିଛନ୍ତି ।


ଏୟାରଲାଇନ୍ ମୁଖପାତ୍ର ଅନୁସାରେ, ଏପ୍ରିଲ୍ ୨ରେ ଲଣ୍ଡନରୁ ମୁମ୍ବାଇ ଆସୁଥିବା VS358 ବିମାନ ମେଡିକାଲ୍ ଏମରଜେନ୍ସି ପାଇଁ ଦିୟାରବାକିର ଏୟାରପୋର୍ଟ ଅବତରଣ କରିଥିଲା । ତେବେ ଅବତରଣ ପରେ ବିମାନରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଆଉ ଯାନ୍ତ୍ରିକ ତ୍ରୁଟିର ଯାଞ୍ଚ ଚାଲିଥିବା ବେଳେ ଯାତ୍ରୀ ୪୦ ଘଣ୍ଟା ହେଲାଣି ଅସୁବିଧା ଭୋଗୁଛନ୍ତି ।


ଯାତ୍ରୀଙ୍କ ପରିବାର ଲୋକ ଏନେଇ ସୋସିଆଲ୍ ମିଡିଆରେ ଅଭିଯୋଗ କରିଛନ୍ତି । ଫଟୋ ଓ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ବିମାନଟି ଏକ ସୈନ୍ୟ ବିମାନବନ୍ଦରରେ ଅବତରଣ କରିଛି । ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ମିଳୁ ନାହିଁ । ବିମାନରେ ୨୫୦ରୁ ଅଧିକ ଯାତ୍ରୀ ଥିବା ବେଳେ ବିମାନବନ୍ଦରରେ ଗୋଟିଏ ମାତ୍ର ଶୌଚାଳୟ ରହିଛି । ଏପରିକି ପ୍ରବଳ ଥଣ୍ଡ ସତ୍ତ୍ଵେ ଯାତ୍ରୀଙ୍କୁ କମ୍ବଳ ଦିଆଯାଉ ନାହିଁ ।


ଏବେ ସଦ୍ୟ ସୂଚନା ଅନୁସାରେ, ତ୍ରୁଟି ପାଇଁ ଏୟାରଲାଇନ୍ କ୍ଷମା ପ୍ରାର୍ଥନା କରିଛି । ଯାତ୍ରୀ ଓ ଚାଳକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା କହିବା ସହ ଅନୁମତି ମିଳିଲେ ବିମାନ ଶୁକ୍ରବାର ଦିନ ୧୨ଟାରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବ ବୋଲି କୁହା ଯାଇଛି । ଅନୁମତି ନ ମିଳିଲେ ତୁର୍କୀଏର ଅନ୍ୟ ବିମାନବନ୍ଦରରୁ ବିକଳ୍ପ ବିମାନରେ ଯାତ୍ରୀଙ୍କୁ ମୁମ୍ବାଇ ପହଞ୍ଚାଇ ଦିଆଯିବ ବୋଲି କହିଛି ଏୟାର ଲାଇନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯାତ୍ରୀଙ୍କୁ ରହିବା ଲାଗି ହୋଟେଲ୍ ପ୍ରଦାନ ସହ ଖାଇବା ପିଇବା ସୁବିଧା ଉପଲବ୍ଧ କରାଯାଇଥିବା ଏୟାର ଲାଇନ୍ କହିଛି । ତେବେ ୪୦ ଘଣ୍ଟା ପରେ ଏୟାରଲାଇନ୍ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରେ ଭାରତୀୟ ଦୂତାବାସ ମଧ୍ୟ ତୁର୍କୀଏ ବିଦେଶ ମନ୍ତ୍ରାଣାଳୟ ସହ ସମ୍ପର୍କରେ ରହିଛି ।

More Than 250 Passengers Stranded On Turkey Airport About 40 Hours | Argus News