Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜବତ ହେଲା ୩୭ କେଜିରୁ ଅଧିକ ସିନ୍ଥେଟିକ୍ ଡ୍ରଗସ୍

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଜବତ ହେଲା ୩୭ କେଜିରୁ ଅଧିକ ସିନ୍ଥେଟିକ୍ ଡ୍ରଗସ୍

ବେଙ୍ଗାଲୁରୁ ଏୟାରପୋର୍ଟରେ ଦୁଇଜଣ ମହିଳାଙ୍କ ବ୍ୟାଗରୁ ଜବତ ହେଲା ୩୭ କେଜିରୁ ଅଧିକ ଏମଡିଏମଏ(ସିନ୍ଥେଟିକ୍ ଡ୍ରଗସ୍)। ଘଟଣାରେ କର୍ଣ୍ଣାଟକ ପୋଲିସ ୨ ଜଣ ନାଇଜେରିୟ ମହିଳାଙ୍କୁ ଗିରଫ କରିଛି। ଜବତ ହୋଇଥିବା ସିନ୍ଥେଟିକ୍ ଡ୍ରଗସର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପାଖାପାଖି ୭୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଗିରଫ ୨ ମହିଳା ହେଉଛନ୍ତି ବାମ୍ବା ଫାଣ୍ଟା (୩୧) ଓ ଅବିଗ୍ୟାଲ ଏଡୋନିସ୍ (୩୦) ବୋଲି ଜଣା ପଡ଼ିଛି। ସେମାନେ ଦିଲ୍ଲୀରୁ ବାଙ୍ଗାଲୋର ଯାଇଥିଲେ। ପୋଲିସ ସେମାନଙ୍କ ତଲାସୀ ନେବା ବେଳେ ଟ୍ରଲି ବ୍ୟାଗ୍‌ ରୁ ବିପୁଳ ପରିମାଣର ଡ୍ରଗସ୍ ବାହାରିଥିଲା।


ଏଥିସମେତ ପୋଲିସ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ପାସପୋର୍ଟ ଓ ନଗଦ ୧୮ ହଜାର ଟଙ୍କା ଜବତ କରିଛି। ପୋଲିସ ଯାଞ୍ଚରୁ ଜଣା ପଡ଼ିଛି ଉଭୟ ୨ ବର୍ଷ ହେଲା ଦିଲ୍ଲୀରେ ରହିଛି ଡ୍ରଗ୍‌ସ ତସ୍କରୀ କରୁଥିଲେ। ନିଶା ସାମଗ୍ରୀ ଚୋରା ଚାଲାଣ ନିମନ୍ତେ ସେମାନେ ଖାସ କରି ବିମାନ ମାର୍ଗକୁ ବାଛୁଥିଲେ। ଗତ ବର୍ଷକରେ ୩୭ ଥର ମୁମ୍ବାଇ ଓ ୨୨ ଥର ବେଙ୍ଗାଲୁରୁ ଆସିଥିଲେ। ପୋଲିସ ଅନୁସାରେ ବମ୍ବା ଫାଣ୍ଟା ୨୦୨୦ ମସିହାରେ ବିଜନେସ୍ ଭିସାରେ ଭାରତ ଆସିଥିଲା। ତେବେ ଓବିଗ୍ୟଲ ଏଡୋନିସ୍ ୨୦୧୬ ମସିହାରୁ ଭାରତରେ ରହୁଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ କେଉଁମାନେ ଏଥିରେ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି। ଏହି ମାମଲା ଭାରତରେ ବଢୁଥିବା ଡ୍ରଗ୍ସ ତସ୍କରୀକୁ ଉଜାଗର କରିଥିବା ବେଳେ କିପରି ଅନ୍ତର୍ଜାତୀୟ ମାଫିଆ ଭାରତୀୟ ବଜାରରେ ନିଶା କାରବାର ବ୍ୟାପ୍ତ କରୁଛନ୍ତି ତାହା ପ୍ରମାଣିତ କରୁଛି। ପୋଲିସ ଏବେ ଏହି ନେଟୱାର୍କ ସମ୍ପର୍କିତ ଅନ୍ୟ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Sponsored
More than 37 kg of synthetic drugs seized | Argus News